ମୁମ୍ବାଇ: ପଙ୍କଜ ତ୍ରିପାଠୀ ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ‘ପଙ୍କଜ ତ୍ରିପାଠୀ’ଙ୍କ ପ୍ରକୃତ ନାମ ‘ପଙ୍କଜ ତିୱାରୀ’। ସେ ନିଜର ଭାଗ୍ୟ ବଦଳାଇବା ପାଇଁ ନିଜର ଉପନାମ ପରିବର୍ତ୍ତନ କରିଥିଲେ।
ବିହାରର ଗୋପାଳଗଞ୍ଜରୁ ଆସିଥିବା ପଙ୍କଜଙ୍କୁ ତାଙ୍କର ସରନେମ୍ ବଦଳାଇବାକୁ ପଡିଥିଲା । ତେବେ କାହିଁକି ସରନେମ୍ ଚେଞ୍ଜ କରିଥିଲେ ପଙ୍କଜ୍ ତ୍ରିପାଠୀ ? ତିୱାରୀରୁ କିପରି ହେଲେ ତ୍ରିପାଠୀ ଯାହାର ସେ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଗାଁରେ ମୋ ବାପା ପଣ୍ଡିତ ବନାରସ ତ୍ରିୱାରୀ ଥିଲେ। ତାଙ୍କର ଦୁଇ ଭାଇ ପଣ୍ଡିତ ରାମ ନରେଶ ତ୍ରିପାଠୀ ଏବଂ ପଣ୍ଡିତ କାଶିନାଥ ତ୍ରିପାଠୀ ଥିଲେ। ମୋ ପିତା ତାଙ୍କ ସରନେମ ତିୱାରୀ ରଖିଥିଲେ। ଦାଦା ତ୍ରିପାଠୀ ରଖିଥିଲେ। ମୋର ଜଣେ ଦାଦା ପ୍ରେଫେସର ଆଉ ଜଣେ ପାଟନା ସଚିବାଳୟରେ ବଡ ଅଧିକାରୀ ଥିଲେ ।
ମୁଁ ଯେବେ ଦଶମ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରୁଥିଲି ତେବେ ମୋତେ ଲାଗିଲା କି ସଫଳତା ସହ ସରନେମର କିଛି ନା କିଛି ସମ୍ପର୍କ ରହିଛି। ସେହି ସମୟରୁ ହିଁ ମୁଁ ମୋର ସରନେମ୍ ବଦଳାଇ ଥିଲି । ବାପାଙ୍କ ନାମ ବି ବନାରସ ତ୍ରିପାଠୀ କରି ଦେଇଥିଲି । ମୁଁ ପ୍ରଥମ ପୁଅ ଯିଏକି ତାର ବାପାଙ୍କ ସରନେମ୍ ଚେଞ୍ଜ କରିଦେଇଛି । ସକ୍ସେସ୍ ପାଇଁ ଭାଗ୍ୟ ବଦଳାଇବାକୁ ତାଙ୍କର ସରନେମ୍ (ଉପନାମ) ବଦଳାଇ ଦେଇଥିବା କହିଛନ୍ତି ପଙ୍କଜ ତ୍ରିପାଠୀ । କମଲ ହାସନଙ୍କ ତେଲୁଗୁ ଫିଲ୍ମ ‘ଠଗ ଲାଇଫ୍’ରେ ନଜର ଆସିବେ ପଙ୍କଜ ତ୍ରିପାଠୀ । ୨୦୨୫ ଜୁନ ୫ରେ ରିଲିଜ୍ ହେବ ।
Comments are closed.