Latest Odisha News

BREAKING NEWS

ହାସ୍ୟାଭିନେତା ପପୁ ପମପମ୍ ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ନୂଆଦିଲ୍ଲୀ: ଓଲିଉଡ଼ ଅଭିନେତା ତଥା ଓଡ଼ିଆ ହାସ୍ୟାଭିନେତା ତତ୍ଥ୍ ପ୍ରକାଶ ଶତପଥି ଯିଏକି ପପୁ ପମପମ୍ ଭାବରେ ଲୋକପ୍ରିୟତା ଅର୍ଜନ କରିଛନ୍ତି ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ବେଶ୍ ଉନ୍ନତି ପରିଲକ୍ଷିତ ହେଉଥିବା ଚିକିତ୍ସିତ ହେଉଥିବା ଏମ୍ସ୍ କର୍ତ୍ତୃପକ୍ଷ କହିଛନ୍ତି ।

ନୂଆଦିଲ୍ଲୀସ୍ଥିତ ଏମ୍ସରେ ଗତ ମେ ୧୫ ତାରିଖରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ । ସେହିଦିନ ଠାରୁ ଏପର୍ଯ୍ୟନ୍ତ ଗ୍ୟାଷ୍ଟ୍ରୋଲୋଜି ବିଭାଗର ଆଇସିୟୁ ମଧ୍ୟରେ ରଖାଯାଇ ଜରୁରୀ ଚିକିତ୍ସା କରାଯାଉଥିଲା । ତେବେ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟିବାରୁ ତାଙ୍କୁ ସାଧାରଣ କକ୍ଷରେ ରଖି ଚିକିତ୍ସିତ କରାଯାଉଛି ।

ଏମ୍ସରେ ଚିକିତ୍ସା କରୁଥିବା ଡ଼ାକ୍ତରଙ୍କ କହିବାନୁଯାୟୀ ପପୁ କିଛିଦିନ ମଧ୍ୟରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ଘରକୁ ଫେରିବେ ।

ବୁଧବାର ଦିନ ପପୁଙ୍କୁ ତାଙ୍କ ପତ୍ନୀ ସଙ୍ଗୀତା ଓ ତାଙ୍କର ଅନ୍ୟ ସମ୍ପର୍କୀୟମାନେ ୱାର୍ଡ଼ ବାହାରେ ଚଲାଇବାକୁ ପ୍ରଚେଷ୍ଟା କରିଥିଲେ । ପପୁ ମଧ୍ୟ ୱାର୍ଡ଼ ବାହାରେ ପ୍ରଥମଥର ଲାଗି ଚଲାବୁଲା କରିବା ପରେ ବନ୍ଧୁମାନଙ୍କ ସହିିତ କଥାବାର୍ତ୍ତା କରୁଥିବାର ଦେଖାଯାଇଥିଲା । ସେ ତାଙ୍କର ଅତି ଘନିଷ୍ଠ ବନ୍ଧୁ ଗୋକୁଳି ଓ ଗିଟୁ ଯିଏକି ପପୁଙ୍କ ପାଖରେ ରହି ସାହାଯ୍ୟ କରୁଛନ୍ତି, ତାଙ୍କର କହିବାନୁଯାୟୀ ପପୁ ଆସନ୍ତା ସପ୍ତାହ ଆଡ଼କୁ ସମ୍ପୃର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିବେ ।

ରାଜ୍ୟ ସରକାରଙ୍କ ଅକୁଣ୍ଠିତ ସାହାଯ୍ୟ ଓ ସହଯୋଗ ନିମନ୍ତେ ସେ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ତାଙ୍କର କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ଫିଲ୍ମ ଡ଼େଭଲପମେଣ୍ଟ କର୍ପୋରେସନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ପପୁ ପମପମ୍ ।

ସୂଚନାଯୋଗ୍ୟ ପପୁ ପ୍ରଥମେ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ଡ଼ାକ୍ତର ତାଙ୍କୁ ଏମ୍ସରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ସେବେଠାରୁ ସେ ଦିଲ୍ଲୀସ୍ଥିତ ଏମ୍ସରେ ରହି ଚିକିତ୍ସିତ ହେଉଛନ୍ତି । ଏବେ ପପୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଥିବାରୁ ସେ ଶିଘ୍ର ଓଡ଼ିଶା ଫେରିବେ ବୋଲି ତାଙ୍କର ଅସଂଖ୍ୟ ପ୍ରଶଂସକଙ୍କ ଆଶା ।

Leave A Reply

Your email address will not be published.