Latest Odisha News

BREAKING NEWS

ମୁକ୍ତା ଯୋଜନାରେ ସାମିଲ ହେଲା ପାରାଦୀପ

ଜଗତସିଂହପୁର : ପାରାଦୀପ ସହରର ବିକାଶ ପାଇଁ ମୁକ୍ତା ଯୋଜନାରେ ୯ କୋଟି ୪ ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ପ୍ରଥମ ଦଫାରେ ୧୯ଟି ଓ୍ବାର୍ଡ ମଧ୍ୟରୁ ୧୨ଟି ଓ୍ବାର୍ଡକୁ ସାମିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ସ୍ଥାନୀୟ ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଥିଲେ ବିଧାୟକ ସମ୍ବିତ ରାଉତରାୟ ।

ମୁକ୍ତା ଯୋଜନାରେ ପାରାଦୀପ ସାମିଲ ହୋଇଛି । ପାରାଦୀପ ପୌର ପରିଷଦର ୫୬ଟି ପ୍ରକଳ୍ପ ପାଇଁ ୮କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥରେ ସହରରେ କ୍ଷୁଦ୍ର ଉଦ୍ୟାନ, ସର୍ବସାଧାରଣ ବ୍ୟାୟାମଶାଳା, ରାସ୍ତା, ଜଳାଶୟ, ଖେଳ ପଡ଼ିଆ, ନାଳ ଓ ରାସ୍ତା ଆଦି ନିର୍ମାଣ କରାଯିବ । ଏହାଦ୍ବାରା ପୌର ପରିଷଦବାସୀ ଉପକୃତ ହେବେ । ଯୋଜନାରେ ପାରାଦୀପକୁ ସାମିଲ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ସମ୍ବିତ ରାଉତରାୟ ।

Leave A Reply

Your email address will not be published.