Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୧ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଆତ୍ମା ସ୍ୱରୂପ ଶ୍ରୀ ଜଗନ୍ନାଥ । ଆଜି ପର୍ଯ୍ୟନ୍ତ ଆମେ ଆଲୋଚନା କଲେ ମୁଖ୍ୟତଃ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଜଗନ୍ନାଥଙ୍କ ବିଷୟରେ । ଏଠି ଗୋଟିଏ ଭାଗବତ ଉକ୍ତି ମନେପଡୁଛି :

“ସକଳ ପ୍ରାଣୀ ହୃଦୟରେ, ଆତ୍ମା ରୂପେ ସେ ବାସ କରେ “

ଅବଶ୍ୟ ବ୍ରହ୍ମ କଥାକୁ ଉପଲକ୍ଷ କରି ଏହା କୁହା ଯାଇଥିଲେ ବି , ଶ୍ରୀଜଗନ୍ନାଥଙ୍କୁ ଆତ୍ମା ସ୍ୱରୂପରେ ବିବେଚନା କଲେ କିଛି ଭୁଲ ହେବନାହିଁ । କାରଣ ଶ୍ରୀମଦ ଭଗବତ ଗୀତାରେ ପ୍ରଭୁ ନିଜେ କହିଛନ୍ତି “ଈଶ୍ୱର ସର୍ବ ଭୂତାନାଂ ହୃଦେଶେଅର୍ଜୁନ ତିଷ୍ଟତି, ଭ୍ରାମୟନ ସର୍ବଭୂତାନି ଯନ୍ତ୍ରରୁଢଣୀ ମାୟୟା.”ଗୀତା (୧୮ /୬୧ ) । ଏଠି ଈଶ୍ୱରଙ୍କୁ ଶ୍ରୀଜଗନ୍ନାଥ ରୂପରେ ପରିଗଣିତ କଲେ, ଆମେ ତାଙ୍କୁ ହୃଦୟରେ ପାଇବା । ସେହି ହୃଦୟରେ ଆତ୍ମା ସ୍ୱରୂପରେ କିଏ ଅଛନ୍ତି ନା ବ୍ରହ୍ମ (ପରଂବ୍ରହ୍ମଙ୍କ ଅଂଶ ) ।

ଅତଏବ ସ୍ୱୟଂ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମଧ୍ୟ ଆମ (ସକଳ ପ୍ରାଣୀ )ଙ୍କର ଆତ୍ମା ଅଟନ୍ତି । ଅବଶ୍ୟ ଏତେ ବଡ କଥାଟିଏ ହଠାତ ସ୍ୱୀକାର କରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । କେବଳ ସଦଗୁରୁ ଆଶ୍ରିତ ମନ୍ୟୁଷ ଏହା ଉପଲବ୍ଧି କରିପାରେ । କାରଣ ସଦଗୁରୁ ଈଶ୍ୱରଙ୍କୁ (ଜଗନ୍ନାଥ ଙ୍କୁ )ହୃଦୟରେ ଅନୁଭବ କରିସାରିଥାନ୍ତି । ଅନ୍ୟରୁପେ କହିଲେ ସଦଗୁରୁ ହିଁ ସ୍ୱୟଂ ବ୍ରହ୍ମ ସ୍ୱରୂପ ଅଟନ୍ତି “ବ୍ରହ୍ମବିତ ବ୍ରହ୍ମଇବ ଭବତୀ ।”

ଜଣେ (ଶ୍ରୀ ଜଗନ୍ନାଥ )ନିର୍ଗୁଣ ନିରାକାର ପରଂବ୍ରହ୍ମ, ଆଉଜଣେ (ସଦଗୁରୁ )ସଗୁଣ ସାକାର ରୂପେ ପରଂବ୍ରହ୍ମ । ଏ ଉଭୟଙ୍କୁ ନିଜ ଆତ୍ମାରେ ପ୍ରତିଷ୍ଠିତ କରି ପାରିଲେ ଜୀବନ ଧନ୍ୟ ହୁଏ । ଜୟ ଜଗନ୍ନାଥ

Leave A Reply

Your email address will not be published.