Latest Odisha News

ମହିଳାଙ୍କ ଜିଦ..ମୋ ପତି ଗାଇ ରୂପରେ ଫେରି ଆସିଛନ୍ତି !

ନୂଆଦିଲ୍ଲୀ: ପୁର୍ନଜନ୍ମ ନେଇ ବୈଜ୍ଞାନିକମାନେ ଏବେ ବି ଦ୍ୱନ୍ଦ୍ୱରେ ରହିଛନ୍ତି । ତେବେ ଏହି ରହସ୍ୟମୟ ଦୁନିଆରେ ଏ ଭଳି କିଛି ଘଟଣା ଘଟୁଛି ଯାହା କି ଏଥିପ୍ରତି ବିଶ୍ୱାସ ସୃଷ୍ଟି କରିବା ପାଇଁ ବାଧ୍ୟ କରାଉଛି । କାମ୍ବୋଡିଆର କ୍ରେଟିଂ ଅଂଚଳରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି । ଜଣେ ୭୪ ବର୍ଷୀୟା ମହିଳା ଗୋଟିଏ ଗାଇକୁ ନିଜର ପତି ବୋଲି ଜିଦ ଧରିଛନ୍ତି । ଏପରିକି ଗାଇ ସହ ବିବାହ ମଧ୍ୟ କରିଛନ୍ତି ।

ପତିଙ୍କ ମୃତ୍ୟୁ ପରେ ଏହି ଗାଇକୁ ସେ ବହୁତ ଯତ୍ନ କରି ବଢ଼ାଇଥିଲେ । ତାଙ୍କ କଥା ଅନୁସାରେ ଗାଇ ମଧ୍ୟ ତାଙ୍କୁ ବହୁତ ସ୍ନେହ କରିଥାଏ । ମୋ ପତି ମୋତେ ଯେପରି ଭଲ ପାଆନ୍ତି ଏହି ଗାଇ ସେ ଭଳି ସ୍ନେହ କରୁଛି । ସେ ପିଲାମାନଙ୍କୁ ତାଙ୍କ ମୃତ୍ୟୁ ପରେ ଗାଇର ସେବା ଭଲ ଭାବେ କରିବା ପାଇଁ କହିଛନ୍ତି । ଏପରି ତାକୁ ବିକ୍ରି ନ କରି ମୃତ୍ୟୁ ପରେ ମଣିଷଙ୍କ ପରି ଅନ୍ତ୍ୟେଷ୍ଟି କ୍ରିୟା କରିବାକୁ ଅନୁରୋଧ କରିଛନ୍ତି । ପିଲାମାନେ ମଧ୍ୟ ଗାଇଟିକୁ ବହୁତ ଭଲ ପାଉଛନ୍ତି । ଏହି ଘଟଣା ଏବେ ସବୁଠାରେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.