Latest Odisha News

BREAKING NEWS

ଜୋମାଟୋ ଡେଲିଭରୀ ବଏଙ୍କୁ ନ୍ୟାୟ ଦେବାକୁ ପରିଣୀତି ଚୋପ୍ରାଙ୍କ ଅପିଲ : କହିଲେ ‘ଅମାନବୀୟ, ହୃଦୟ ବିଦାରକ’

ମୁମ୍ବାଇ: ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ମହିଳାଙ୍କ ନାକ ଫାଟି ରକ୍ତସ୍ରାବ ହେଉଥିଲା ଏବଂ ସେ ଫୁଡ୍ ସର୍ଭିସ୍ ଜୋମାଟୋ ଡେଲିଭରୀ ବଏ ବିରୋଧରେ ମାରପିଟ୍ ଅଭିଯୋଗ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଜୋମାଟୋ ଡେଲିଭରୀ ବଏଙ୍କୁ ଗିରଫ କରାଯାଇଛି । ଏବେ ଜୋମାଟୋ ଡେଲିଭରୀ ବଏଙ୍କ ଷ୍ଟେଟମେଣ୍ଟ ସାମ୍ନାକୁ ଆସିଛି ଓ କାହାଣୀରେ ଟର୍ଣ୍ଣିଙ୍ଗ୍ ପଏଣ୍ଟ ଆସିଛି । କାହାଣୀ ସାମ୍ନାକୁ ଆସିବା ପରେ ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ସମର୍ଥନରେ ବାହାରିଛନ୍ତି ।

ପରିଣୀତି ଚୋପ୍ରା ଏକ ଟ୍ୱିଟ କରି କହିଛନ୍ତି, ‘ଦୟା କରି ସତ କଣ ଯାଞ୍ଚ କରନ୍ତୁ ଓ ଏହାର ରିପୋର୍ଟ ସାର୍ବଜନିକ କରନ୍ତୁ । ଯଦି ଡେଲିଭରୀ ବଏ ନିର୍ଦୋଷୀ ତାହେଲେ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ଏହା ଅମାନବୀୟ, ଲଜ୍ଜିତ ଓ ହୃଦୟ ବିଦାରକ ଘଟଣା। ମୁଁ କେମିତି ସାହାଯ୍ୟ କରିପାରିବି ଦୟାକରି ମୋତେ କୁହନ୍ତୁ ।’ ପରିଣୀତିଙ୍କ ଏହି ଟ୍ୱିଟ ବହୁତ ଭାଇରାଲ ହେଉଛି । ୟୁଜର୍ସ ମଧ୍ୟ ଅଭିନେତ୍ରୀଙ୍କ ପ୍ରଶଂସା କରୁଛନ୍ତି ।

ସୂଚନା ଅନୁଯାୟୀ, ବେଙ୍ଗାଲୁରୁରେ ଅର୍ଡର କ୍ୟାନସଲ କରିବାରୁ ମହିଳାଙ୍କୁ ହମଲା କରିଥିବା ଜୋମାଟୋ ଡେଲିଭରୀ ବଏଙ୍କୁ ଗିରଫ କରାଯାଇଛି । ବେଙ୍ଗାଲୁରୁ ଡିସିପି ଏନେଇ ସ୍ପଷ୍ଟ କରିଛନ୍ତି । ଜୋମାଟୋର ଏକ କର୍ମଚାରୀ ଦ୍ୱାରା ହମଲା ମାମଲାରେ ଆଉ ଏକ ଦାବି ସାମ୍ନାକୁ ଆସିଛି । ବର୍ତ୍ତମାନ ମାମଲାରେ ଟ୍ଵିଷ୍ଟ ଆସିଛି । 

ଜୋମାଟୋ ଡେଲିଭରୀ ବଏ କାମରାଜ ଦାବି କରିଛନ୍ତି ମହିଳା ତାଙ୍କୁ ଚପଲ ମାରିଥିଲେ ଓ ଗାଳିଗୁଲଜ କରିଥିଲେ । ସେ କହିଛନ୍ତି ମହିଳାଙ୍କ ନିଜ ଭୁଲ ପାଇଁ ତାଙ୍କ ନାକ ଫାଟିଥିଲା । ବିବାଦ ବଢୁଥିବା ଦେଖି କମ୍ପାନୀ ଫାଉଣ୍ଡର ଦୀପେନ୍ଦ୍ର ଗୋୟଲ ମଧ୍ୟ ବୟାନ ଜାରି କରିଛନ୍ତି । ଗୋଟିଏପଟେ କମ୍ପାନୀ, ମହିଳାଙ୍କୁ କ୍ଷମା ମାଗି ତାଙ୍କର ମେଡିକାଲ ଖର୍ଚ୍ଚ ଉଠାଇବାକୁ ପ୍ରତିଶୃତି ଦେଇଛି ଓ କାମରାଜଙ୍କୁ ସସ୍ପେଣ୍ଡ କରିଦେଇଛି । ଅପରପକ୍ଷରେ କମ୍ପାନୀ କାମରାଜଙ୍କୁ ବି ସାହାଯ୍ୟ କରୁଛି । କମ୍ପାନୀ ମାମଲାର ସତ ଜାଣିବାକୁ ଚେଷ୍ଟା କରୁଛି ।

Leave A Reply

Your email address will not be published.