Latest Odisha News

BREAKING NEWS

ପ୍ୟାରିସ ବିମାନ ବନ୍ଦରରେ ନମାଜ ପଡିଲେ ଲୋକେ: ଭିଡିଓ ଭାଇରାଲ ହେବା ପରେ ହଙ୍ଗାମା

ପ୍ୟାରିସ:ଫ୍ରାନ୍ସର ରାଜଧାନୀ ପ୍ୟାରିସ ସ୍ଥିତ ଚାର୍ଲସ ଡି ଗାଲ ବିମାନ ବନ୍ଦରରେ ମୁସଲିମ ସଂପ୍ରଦାୟର ଲୋକେ ପଢିଲେ ନମାଜ । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ଫଟୋ ଦେଖିବା ପରେ  ବଢିଲା ବିବାଦ । ବିବାଦ ଉଗ୍ର ରୂପ ନେଉଥିବା ଦେଖି ବିମାନବନ୍ଦର ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ଏଡିପିର ସିଇଓ ଅଗଷ୍ଟିନ ଡି ରୋମାନେଟ ଏକ ବୟାନ ଜାରି କରି ଘଟଣାର ନିନ୍ଦା କରିଛନ୍ତି । ଏହା ଏକ ଅବସୋସଜନକ ଘଟଣା ବୋଲି ସେ କହିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଏକାଧିକ ମୁସଲିମ ଯାତ୍ରୀ ଜୋର୍ଡାନ ଯିବା ପାଇଁ ବିମାନକୁ ଯିବା ପୂର୍ବରୁ ପ୍ରସ୍ଥାନ କକ୍ଷରେ ବସିଥିଲେ । ସେଠାରେ ସମସ୍ତେ ଏକାଠି ହୋଇ ନମାନ ପଢୁଥିବା ଦେଖିବାକୁ ମିଳିଥିଲା । ତେବେ ହମାସ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଫ୍ରାନ୍ସରେ ମଧ୍ୟ ଉତ୍ତେଜନା ଲାଗି ରହିଛି । ଏପରି ପରିସ୍ଥିତିରେ ବିମାନ ବନ୍ଦରରେ ସମୂହ ନମାଜ ପଢିବା ଘଟଣା ସାମ୍ନାକୁ ଆସିଛି ।

ଫ୍ରାନ୍ସର ସବୁଠାରୁ ବଡ ବିମାନ ବନ୍ଦର ଚାର୍ଲସ ଡି ଗାଲର ୨ ବି ଟର୍ମିନାଲରେ ୩୦ ଜଣ ମୁସଲମାନ ସଂପ୍ରଦାୟର ଲୋକ ଥିଲେ । ସେମାନେ ପ୍ରାୟ ୧୦ ମିନିଟ ଧରି ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା । ଫ୍ରାନ୍ସରେ ଅଧିକ ସଂଖ୍ୟକ ଇହୁଦୀ ଏବଂ ମୁସଲିମ ସଂପ୍ରଦାୟର ଲୋକ ରୁହନ୍ତି । ତେଣୁ ଫ୍ରାନ୍ସ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି।

ସୂଚନାଥାଉ କି, ୟୁରୋପୀୟ ଦେଶ ଫ୍ରାନ୍ସ ଏକ ଧର୍ମ ନିରପେକ୍ଷ ଦେଶ ଅଟେ । କିନ୍ତୁ, ଏୟାରପୋର୍ଟ, ସ୍କୁଲ ଏବଂ ସାର୍ବଜନୀନ ସ୍ଥାନରେ ଧାର୍ମିକ ଆସ୍ଥା ପ୍ରଦର୍ଶନକୁ ସ୍ୱୀକୃତି ଦିଏ । ସମସ୍ତ ଧର୍ମର ଲୋକଙ୍କୁ ନିଜ ନିଜ ହିସାବରେ ପ୍ରାର୍ଥନା କରିବା ପାଇଁ ବିଶେଷ ରୂପରେ ନିର୍ଦ୍ଦିଷ୍ଟ କ୍ଷେତ୍ର ଉପଲବ୍ଧ କରାଯାଇଛି ।

Leave A Reply

Your email address will not be published.