Latest Odisha News

BREAKING NEWS

ଡନ ୩ରେ ପ୍ରିୟଙ୍କାଙ୍କ ଏଂଟ୍ରି

ମୁମ୍ବାଇ: ଡନ ଫ୍ରାଂଚାଇଜର ତୃତୀୟ ସଂସ୍କରଣ ପାଇଁ ମେକର୍ସଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ଶାହାରୁଖ ଖାଁଙ୍କ ବଦଳରେ ରଣବୀର ସିଂ ଡନ ଭୂମିକାରେ ଅବତୀର୍ଣ୍ଣ ହେବେ । ସ୍ପଟବୟ ରିପୋର୍ଟ ଅନୁସାରେ ଡନ ୩ରେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବେ । ୨୦୦୬ ଓ ୨୦୧୧ ସଂସ୍କରଣରେ ଶାହାରୁଖଙ୍କ ସହ ଜଙ୍ଗଲୀ ବିଲ୍ଲୀ ରୋମା ଭଗତ ଭୂମିକାରେ ଅଭିନୟ କରିଥିଲେ । ଯାହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ପୂର୍ବରୁ ଏହି ରୋଲ ପାଇଁ କିୟାରା ଆଡଭାନୀ ଓ କ୍ରିତି ସେନନଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । ପ୍ରିୟଙ୍କା ଓ ରଣବୀରଙ୍କ ମଧ୍ୟରେ ଫିଲ୍ମରେ କଣ ସମ୍ପର୍କ ରହିବ ତାହା ସ୍ପଷ୍ଟ ହୋଇପାରିନି । ୧୯୭୮ରେ ଅମିତାଭ ବଚ୍ଚନ ଓ ଜୀନତ ଅମନ ଅଭିନୀତ ଡନ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା ।

ଫରହାନ ଅଖତାର ଡନର ରାଇଟ୍ସ ହାତେଇବା ପରେ ଶାହାରୁଖଙ୍କ ସହ ଏହି ଯାତ୍ରା ଆରମ୍ଭ କରିଥିଲେ । ୨ଟି ଯାକ ଫିଲ୍ମ ହିଟ ହୋଇଥିଲା । ତୃତୀୟ ସଂସ୍କରଣରେ ଶାହାରୁଖଙ୍କ ବଦଳରେ ରଣବୀରଙ୍କୁ ସାମିଲ କରି ସେ ସମସ୍ତଙ୍କୁ ଚକିତ କରି ଦେଇଥିଲେ । କିଛି ଦିନ ତଳେ ଫରହାନଙ୍କ ଜୀ ଲେ ଜରା ଫିଲ୍ମରୁ ପ୍ରିୟଙ୍କା ଓହରି ଯାଇଥିଲେ । ଉଭୟଙ୍କ ମଧ୍ୟରେ ବିବାଦ ଥିବା ଅନୁମାନ କରାଯାଉଥିଲେ ମଧ୍ୟ ଏହା ଭୁଲ ପ୍ରମାଣିତ ହୋଇଛି ।

Leave A Reply

Your email address will not be published.