Latest Odisha News

ମାଉସୀ ଘରକୁ ଲକ୍ଷ୍ମୀ ପୂଜା ଦେଖିବାକୁ ଆସି ନଦୀରେ ବୁଡିଗଲେ ନାବାଳକ

ଯାଜପୁର : ଯାଜପୁର ସଦର ଥାନା ବୈତରଣୀ ନଦୀ ଶାଖା ବୁଢାନଦୀ ଘାଟରେ ଅଭାବନୀୟ ଘଟଣା ଘଟିଛି । ନଦୀକୁ ଗାଧୋଇବାକୁ ଯାଇ ବୁଡିଯାଇ ଜଣେ ନାବଳକର ମୃତ୍ୟୁ ଘଟିଛି  । ମୃତକ ସାନସୁଆର ଅଞ୍ଚଳର ଲିପୁନ ଜେନା ବୋଲି ଜଣାପଡିଛି । ସୂଚନା ଅନୁସାରେ ଲିପୁନ୍ ଲକ୍ଷ୍ମୀ ପୂଜା ଦେଖିବାକୁ ତାର ମାଉସୀ ଘରକୁ ଆସିଥିଲା । ୩ଜଣ ସାଙ୍ଗ ବୁଢା ନଦୀକୁ ଯାଇଥିବାବେଳେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକ ଏହା ଦେଖି ଦୁଇ ଜଣ ସାଙ୍ଗକୁ ଉଦ୍ଧାର କରିବାକୁ ସମର୍ଥ ହୋଇଥିବାବେଳେ ଜଣେ ନାବାଳକ ବହୁ ସମୟ ପର୍ଯ୍ୟନ୍ତ ନିଖୋଜ ଥିଲା ।

ବହୁ ଖୋଜାଖୋଜା କରିବା ପରେ ବି ଗ୍ରାମବାସୀ ଏବଂ ପରିବାର ଲୋକ ନିରାଶ ହୋଇଥିଲେ ।  ପରେ ଚେତାଶୂନ୍ୟ ଅବସ୍ଥାରେ ନାବାଳକ ଜଣଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା । ଏବଂ ଗୁରୁତର ଅବସ୍ଥାରେ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.