Latest Odisha News

BREAKING NEWS

ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ; ଆର୍ଥିକ ସର୍ଭେ ହେବ ଉପସ୍ଥାପିତ

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନ ଶୁକ୍ରବାର ଦିନଠାରୁ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରି ୧ ତାରିଖରେ ଗୃହରେ ଅନ୍ତରୀଣ ବଜେଟ୍ ଉପସ୍ଥାପନା କରାଯିବ ।

ଏହି ବଜେଟର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅଭିଭାଷଣ କାର୍ଯ୍ୟକ୍ରମ ଦିନ ୧୧ଟାରେ ଆରମ୍ଭ ହୋଇ ପ୍ରାୟ ୧୧ଟା ୩୦ମି. ବେଳକୁ ସମାପ୍ତ ହେବ ।

ଆଜିର ଅଧିବେଶନରେ ୨୦୧୯-୨୦ ବର୍ଷର ଆର୍ଥୀକ ସର୍ଭେ ଉପସ୍ଥାପନା କରାଯିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଫେବୃଆରୀ ୧ ତାରିଖରେ ସାଧାରଣ ବଜେଟ୍ ଉପସ୍ଥାପାନ କରାଯିବ ।

ସୂଚନାନୁଯାୟୀ ସଂସଦର ବଜେଟ୍ ଅଧିବେଶନ ଆଜିଠୁ ତଥା ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୧୧ ତାରିଖ ଯାଏଁ ବସିବ । ଏହାର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ ୩ ଯାଏଁ ଚାଲିବ ।

Leave A Reply

Your email address will not be published.