Latest Odisha News

BREAKING NEWS

ସଂସଦ ସୁରକ୍ଷାରେ ତୃଟି ମାମଲା; ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଚିନ୍ତାଜନକ: ମୋଦି

ନୂଆଦିଲ୍ଲୀ: ଡିସେମ୍ବର ୧୩ ତାରିଖରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ ତୃଟି ଘଟଣାରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିବୃତ୍ତି ଦେଇଛନ୍ତି । ପିଏମ ମୋଦି କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁର୍ଘଟଣାକୁ ନେଇ ଯୁକ୍ତିତର୍କ କିମ୍ବା ବିରୋଧ କରିବା ପରିବର୍ତ୍ତେ ଏହାର ମୂଳ ସ୍ତରକୁ ଯିବା ଆବଶ୍ୟକ । ଯାହା ଦ୍ବାରା ଏପରି ଘଟଣା ଆଉ କେବେ ଦୋହରାଯିବନି । ଏହା କାହିଁକି କରାଯାଇଥିଲା ଆମକୁ ତାହା ବୁଝିବାକୁ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣା ପରେ ଲୋକସଭା ବାଚସ୍ପତି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି ଷଡଯନ୍ତ୍ରର ପର୍ଦ୍ଦାଫାସ ହେବ ବୋଲି ଆମର ବିଶ୍ବାସ । ଏହି ଘଟଣା ପଛରେ ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ କ’ଣ ଏବଂ ଏହା ପଛରେ ଦୋଷୀ ଙ୍କର କଣ ଉଦ୍ଦ୍ୟେଶ ଥିଲା ତାହା ଜାଣିବା ଜରୁରୀ ଅଟେ ।

ଏହାପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ସାଂସଦଙ୍କୁ ଚିଠି ଲେଖିଛନ୍ତି । ଓମ ବିର୍ଲା ତାଙ୍କ ଚିଠିରେ ଡିସେମ୍ବର ୧୩ ତାରିଖରେ ଲୋକସଭାରେ ଘଟିଥିବା ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ଏହା ଗଭୀର ଚିନ୍ତାର ବିଷୟ ବୋଲି ସେ କହିଛନ୍ତି । ଏହି ଘଟଣା ପାଇଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଥିବା ସେ କହିଛନ୍ତି ।

ଏହି ଘଟଣାକୁ ନେଇ ଆମେ ସାମୂହିକ ଭାବରେ ଗୃହରେ ଉଦବେଗ ପ୍ରକାଶ କରିଥିଲୁ । ସେହି ଦିନ ମୁଁ ସଂସଦର ସୁରକ୍ଷା ବ୍ୟବସ୍ଥାକୁ କିପରି ମଜବୁତ କରିପାରିବା ସେନେଇ ସବୁ ଦଳର ନେତାଙ୍କ ସହ ଆଲୋଚନା କରିଥିଲି । ସେହି ସଭାରେ ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପରାମର୍ଶଗୁଡ଼ିକ ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ ହୋଇଛି ।

Leave A Reply

Your email address will not be published.