ଭୁବନେଶ୍ୱର : ମହାକାଶରେ ଲୋହିତ ଚନ୍ଦ୍ର । ଦେଖୁ ଦେଖୁ ଲାଲ୍ ରଙ୍ଗ ଧାରଣ କରିଥିଲା ସୁନ୍ଦର ଶୀତଳ ଚନ୍ଦ୍ର । ପୁରୀ ସମେତ ରାଜ୍ୟର ସମସ୍ତ ସ୍ଥାନକୁ ମହାକାଶରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ଆଂଶିକ ଗ୍ରହଣ ଦୃଶ୍ୟମାନ ହୋଇଛି । ଛାଇ ଆଲୁଆର ଖେଳକୁ କେତେକ ଦେଶର ଲୋକେ ପୂର୍ଣ୍ଣ ଭାବେ ଉପଭୋଗ କରିଛନ୍ତି । ଭାରତର କେତେକ ସ୍ଥାନରେ ଗ୍ରହଣର ସ୍ପର୍ଶ ଓ ଶେଷ ସମୟରେ ଦୃଶ୍ୟ ଦେଖାଯାଇନଥିଲେ ବି ପୂର୍ଣ୍ଣ ଗ୍ରାସର ଦୃଶ୍ୟକୁ ଉପଭୋଗ କରିହୋଇଛି । ଭାରତୀୟ ଆର୍ଥ ସାଇନ୍ସ ମନ୍ତ୍ରଣାଳୟ ଅନୁସାରେ, ଅପରାହ୍ନ ୨ଟା୩୯ରେ ଗ୍ରହଣ ଆରମ୍ଭ ହୋଇଥିଲା । ୩ଟା ୪୬ରୁ ୫ଟା ୧୨ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହୋଇଥିଲା । ୬ଟା ୧୮ରେ ଗ୍ରହଣ ଶେଷ ହୋଇଥିଲା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସରଳରେଖାରେ ରହିବାରୁ ଚନ୍ଦ୍ରଗ୍ରହଣ ହୋଇଥାଏ । ଚଳିତବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ ଥିଲା । ତିନି ବର୍ଷ ପରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ହେବ ।
BREAKING NEWS
- ଚଳନ୍ତା ଟ୍ରେନରେ ଏସି କୋଚରେ ଆଳତୀ କଲେ, ଶଙ୍ଖ ବଜାଇଲେ ଯାତ୍ରୀ; ଭାରତୀୟ ରେଳବାଇ ରଖିଲା ପ୍ରତିକ୍ରିୟା
- Dhanu Yatra: ବରଗଡ଼ରେ କିଏ ହେବ ନୂଆ କଂସ; ଆରମ୍ଭ ହେଲା ଚୟନ ପ୍ରକ୍ରିୟା
- ରାଜ୍ୟରେ 5T ସ୍କୁଲ୍ ଅର୍ଥ ହେରଫେର ନେଇ ତଦନ୍ତ ହେବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ
- ବାଲିଯାତ୍ରାରେ ବ୍ୟାରିକେଡ୍କୁ ନେଇ ତୀବ୍ର ବିରୋଧ: ରାସ୍ତା ବନ୍ଦ କରି ଧାରଣା ଦେଇଛନ୍ତି ଶତାଧିକ ବ୍ୟବସାୟୀ
- ସୀମା ପୁନନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ରାଜନୈତିକ ଚର୍ଚ୍ଚା: ବିଜେଡି କହିଲା- ରାଜ୍ୟ ସ୍ୱାର୍ଥକୁ ଦେଖି ନିଆଯିବ ନିଷ୍ପତ୍ତି
- ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ହ୍ବିପ୍ ଜାରି କଲା କଂଗ୍ରେସ
- Bangladesh’s Sharp Attack: ପାକିସ୍ତାନ ମାଟିରୁ ବିଷ ଓଗାଳିଲେ ବାଲାଂ ବାଚସ୍ପତି! କହିଲେ, ୧୯୭୧ରେ ଭାରତ ଆମକୁ ସାହାଯ୍ୟ କରିନଥିଲା…
- ୧୯ତମ ଦିନରେ ପୁଣି ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତିମଣତି
- ପ୍ରଥମ ଥର ପାଇଁ ୧୦°C ତଳକୁ ଖସିଲା ପାରଦ
- ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ, କାନ୍ଦି କାନ୍ଦି ଗଲା ଭାଉଜ ଜୀବନ
Comments are closed.