Latest Odisha News

ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ପାରୁଲ ପଟୁଆରୀ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ପାରୁଲ ପଟୁଆରୀ । ଆଜି ସକାଳେ ଜଗତସିଂହପୁର ସର୍କିଟ ହାଉସରେ ପହଞ୍ଚିବା ପରେ ସେଠାରେ କିଛି ସମୟ ରହିଥିଲେ । ଏହାପରେ ସେଠାରୁ ଯାଇ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ନୂଆ ଜିଲ୍ଲାପାଳ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ଜଗତସିଂହପୁର ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଅଧିକାରୀ । ନୂତନ ଜିଲ୍ଲାପାଳଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ ସମସ୍ତ ଅଧିକାରୀ । ଏହାପରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ନୂତନ ଜିଲ୍ଲାପାଳ ପାରୁଲ ପଟୁଆରୀଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ ।

Leave A Reply

Your email address will not be published.