Latest Odisha News

ଟି୨୦ ବିଶ୍ୱକପ : ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମଅପ ମୁକାବିଲାରେ ବାଜି ମାରିଲା ଟିମ୍ ଇଣ୍ଡିଆ

ଦୁବାଇ: ଟି୨୦ ବିଶ୍ୱକପର ଏକ ୱାର୍ମ ଅପ ମ୍ୟାଚରେ ଭାରତ ୯ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ରୋହିତ ଶର୍ମା ଫର୍ମକୁ ଫେରିବା ସହ ୬୦ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋକେଶ ରାହୁଲ ୩୯ ଓ ସୂର୍ଯ୍ୟକୁମାର ଯାଦବ ୩୮ ରନ କରିଥିଲେ ।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଷ୍ଟିଭ ସ୍ମିଥଙ୍କ ଚମତ୍କାର ୫୭ ରନ ସହାୟତାରେ ୨୦ ଓଭରରେ ୫ ଉଇକେଟରେ ୧୫୨ ରନ କରିଥିଲା । ଭାରତ ଏହି ବିଜୟ ଲକ୍ଷ୍ୟକୁ ୧୭.୫ ଓଭରରେ ଗୋଟିଏ ଉଇକେଟ ହରାଇ ହାସଲ କରି ନେଇଥିଲା ।

Leave A Reply

Your email address will not be published.