Latest Odisha News

BREAKING NEWS

ମଝି ଆକାଶରେ ବିମାନର ଇମର୍ଜେନ୍ସି ଦ୍ୱାର ଖୋଲୁଥିଲେ ଯାତ୍ରୀ, ଭୟରେ ଥରିଲେ ଯାତ୍ରୀ

  ନୂଆଦିଲ୍ଲୀ:ଦିଲ୍ଲୀ-ଚେନ୍ନାଇ ଇଣ୍ଡିଗୋ ଫ୍ଲାଇଟରେ ବସିଥିବା ଯାତ୍ରୀମାନେ ଭୟର ଥରିଗଲେ । ଚାଳକ ବି କିଛି ବୁଝି ପାରିଲେନି । କାରଣ ବିମାନଟି ମଝି ଆକାଶରେ ଉଡୁଥିବା ସମୟରେ ଜଣେ ବ୍ୟକ୍ତି ବିମାନର ଏମରଜେନ୍ସି ଡୋର ଖୋଲିବାକୁ ଚେଷ୍ଟା କରିଥିଲେ । ପରିସ୍ଥିତିକୁ ଦେଖି ଚାଳକ ବିମାନର ଜରୁରୀ ଅବତରଣ କରାଇଥିଲେ । ବିମାନବନ୍ଦରରେ ପହଞ୍ଚିବା ପରେ କ୍ରୁ ମେମ୍ବରମାନେ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ ।

ଇଣ୍ଡିଗୋ ବିମାନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିମାନବନ୍ଦର ଥାନାରେ ଏ ନେଇ ଏକ ଅଭିଯୋଗ ହୋଇଛି । ସଂପୃକ୍ତ ଯାତ୍ରୀଙ୍କ ନାଁ ଭେଙ୍କଟ ମୋହିତ ଅଚାରୀ ।  ତାଙ୍କର ମାନସିକ ସ୍ଥିତି ଠିକ ନାହିଁ । ସେଥିପାଇଁ ସେ ଏପରି କାଣ୍ଡ କରିଥିଲେ ବୋଲି କୁହାଯାଉଛି ।

ତେବେ ବିମାନରେ ଏପରି ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ଦିଲ୍ଲୀ-ବେଙ୍ଗାଲୁର ଇଣ୍ଡିଗୋ ଏୟାରଲାଇନ୍ସରେ ଜଣେ ଯାତ୍ରୀ ଏମରଜେନ୍ସି ଡୋର ଖୋଲିବା ପାଇଁ ଚେଷ୍ଟା କରିଥିଲେ । ବିମାନ କର୍ମଚାରୀଙ୍କ କହିବା ଅନୁଯାୟୀ ଯାତ୍ରୀ ଜଣକ ନିଶାଗ୍ରସ୍ତ ଥିଲେ । ସେ ଖାଲି ଏମରଜେନ୍ସ ଦ୍ୱାର ଖୋଲିବାକୁ ଚେଷ୍ଟା କରି ନ ଥିଲେ, ବରଂ ବିମାନ କର୍ମଚାରୀଙ୍କୁ ଧମକ ବି ଦେଉଥିଲେ । ଶେଷରେ ବିମାନ ବେଙ୍ଗାଲୁରରେ ପହଞ୍ଚିବା ପରେ ତାଙ୍କୁ ସିଆଇଏସଏଫଙ୍କୁ ହସ୍ତାନ୍ତର କରାଯାଇଥିଲା ।

Leave A Reply

Your email address will not be published.