Latest Odisha News

BREAKING NEWS

୬୪ ବର୍ଷ ପରେ ଜଣେ ପେସ ବୋଲର ଭାବେ ଅଷ୍ଟ୍ରେଲିଆ ଅଧିନାୟକ ହେଲେ କୁମିନ୍ସ

ମେଲବୋର୍ଣ୍ଣ: ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଆଶେସ ସିରିଜ ପାଇଁ ପେସ ବୋଲର ପ୍ୟାଟ କୁମିନ୍ସଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ଭାବେ ନିୟୋଜିତ କରାଯାଇଛି । ୬୪ ବର୍ଷ ପରେ ଜଣେ ପେସ ବୋଲର ଭାବେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି । ୧୯୫୬ରେ ରେ ଲିଣ୍ଡୱାଲା ଶେଷ ଥର ପାଇଁ ଅଷ୍ଟ୍ରେଲିଆର ନେତୃତ୍ୱ ନେଇଥିଲେ । ଟିମ ପେନ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ବୋର୍ଡ ତାଙ୍କୁ ନିଯୁକ୍ତ କରିଛି ।

୨୦୧୭ରେ ଜଣେ ଯୁବତୀଙ୍କୁ ଅଶ୍ଲୀଳ ମେସେଜ ଓ ଫଟୋ ପଠାଇଥିବା ପେନଙ୍କ ଚାଟ ଭାଇରାଲ ହେବା ପରେ ସେ ଚାପରେ ପଡି ଇସ୍ତଫା ଦେଇଥିଲେ । ପୂର୍ବରୁ ଅନ୍ୟ ଦେଶର କର୍ଟନୀ ୱାଲ୍‌ଶ, ଜାସନ ହୋଲ୍ଡର, ୱାସିମ ଆକ୍ରମ, ୱକାର ୟୁନୁସ, ଇମ୍ରାନ ଖାଁ, କପିଳ ଦେବ, ବବ ୱିଲ୍ସ, ଇଆନ ବୋଥାମ, ଶନ ପୋଲକ, ହିଥ ଷ୍ଟ୍ରିକ, ମୁଶରିଫ ମୋର୍ତାଜାଙ୍କ ପରି ବୋଲର ଅଧିନାୟକ ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି ।

Leave A Reply

Your email address will not be published.