Latest Odisha News

BREAKING NEWS

ଧୈର୍ଯ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ସଂକଟ ସମୟରେ ଉଦବିଘ୍ନତା ଓ ବିଚଳିତ ହେବା । କଠିନ ପରିସ୍ଥିତିରେ ମନର ସ୍ଥିରତା ଆଣିବା ଏବଂ ସହନଶୀଳତାର ସହିତ କାର୍ଯ୍ୟ କରିବାକୁ ହିଁ ଧୈର୍ଯ୍ୟ କୁହାଯାଏ । ବସ୍ତୁତଃ ଧୈର୍ଯ୍ୟ ନକରାଞଗକ ପୂର୍ବରୁ ସକାରାଞଗକ ମନୋଭାବ ପୋଷଣ ଓ ସହନଶୀଳତାର ଏକ ସ୍ତର । ଯେଉଁ ବ୍ୟକ୍ତି ଯେତିକି ଧୈର୍ଯ୍ୟବାନ୍‌- ତାର ଚାରିତ୍ରିକ ଦୃଢତା ସେତିକି ପରିଚାୟକ । ତେଣୁ କୁହା ଯାଇଛି- “ଧୃତି କ୍ଷମା ଦମୋଽସ୍ତେୟଂଶୌଚ ମିନ୍ଦ୍ରିୟନିଗ୍ରହଃ । ଧୀର୍ବିଦ୍ୟା ସତ୍ୟମକ୍ରୋଧୋ ଦଶକଂ ଧର୍ମଲକ୍ଷଣମ୍ ।’ ଅର୍ଥାତ୍‌ ଧର୍ମର ଦଶୋଟି ଲକ୍ଷଣ- ଧୈର୍ଯ୍ୟ, କ୍ଷମା, ଆଞଗନିୟବଣ, ଚୋରି ନ କରିବା, ପବିତ୍ରତା, ଇନ୍ଦ୍ରିୟ ସଂଯମ, ବୁଦ୍ଧି, ବିଦ୍ୟା, ସତ୍ୟ ଓ କ୍ରୋଧ ନ କରିବା । ଏଥିରେ ସବୁଠାରୁ ଧୈର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଅଛି । ଧୈର୍ଯ୍ୟ ମନୁଷ୍ୟର ଆଭୂଷଣ । ଯାହାକି ତାହାର ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରିଥାଏ ଏବଂ ଜୀବନ ଧାରଣର କର୍ମ କ୍ଷେତ୍ରରେ ସଫଳତା ଆଣିଥାଏ । ମନର ସହନଶୀଳତା ହିଁ ସବୁଠାରୁ ବଡ ଧୈର୍ଯ୍ୟ । ଜୀବନରେ ସୁଖ ଦୁଃଖ ଆସିଥାଏ । ସୁଖରେ ମନୁଷ୍ୟ ଆତ୍ମବିଭୋର ହୁଏ, ଦୁଃଖରେ ଭାଙ୍ଗିପଡେ ।

 

ଯଦି ମନୁଷ୍ୟ ପାଖରେ ଧୈର୍ଯ୍ୟ ରୂପକ ଗୁଣଥିବ ତାହାହେଲେ ଦୁଃଖରେ ଭାଙ୍ଗି ନ ପଡି ଶକ୍ତି ସଂଚୟ କରିବ ଏବଂ ବିଚଳିତ ହେବ ନାହିଁ । ମନୁଷ୍ୟ ପାଖରେ ଅନେକ ପ୍ରକାର ଧନ ଥିଲେ ମଧ୍ୟ ଧୈର୍ଯ୍ୟ ରୂପକ ଧନ ମନୁଷ୍ୟକୁ ସହନଶୀଳତା ଏବଂ ମହାନତା କରିଥାଏ । ଏକ କାହାଣୀ ମାଧ୍ୟମରେ ବର୍ଣ୍ଣନା କରୁଛି । ଭକ୍ତ ଭଗବାନଙ୍କ ଲୀଳା ଅଦ୍ଭୁତ । ଭକ୍ତ ଭଗବାନଙ୍କ ବିନା ଏବଂ ଭଗବାନ ଭକ୍ତଙ୍କ ବିନା ରହି ପାରିବେ ନାହିଁ । ଭଗବାନ ଭକ୍ତର ସବୁ କାର୍ଯ୍ୟର ପାଖେ ପାଖେ ଥାଆନ୍ତି । ଭକ୍ତ ଚିନ୍ତନ କରୁଛି, ଭଜନ କରୁଛି, ଭୋଜନ କରୁଛି । ଭଗବାନ ଭକ୍ତର ଅନ୍ତର୍ମନ ଦ୍ୱାରା ସବୁ ଶ୍ରଦ୍ଧାର ସହିତ ଗ୍ରହଣ କରନ୍ତି । ଆମେ ଭଗବାନଙ୍କ ଠାରେ ପୂର୍ଣ୍ଣ ଶ୍ରଦ୍ଧା ବିଶ୍ୱାସ ରଖି କାର୍ଯ୍ୟ କରିବା ଉଚିତ୍ । ଯେପରି ଶିଶୁଟି ବାପା ମାଆଙ୍କ ଠାରେ ପୂର୍ଣ୍ଣ ଭରସା ରଖିଥାଏ, ଏବଂ ସେ ଭାବେ ମୋତେ ଯଦି କିଛି କଷ୍ଟ ବ୍ୟାଧି ହୁଏ, ବାପା ମାଆ ମୋର ରକ୍ଷକ, ସେ ସେଥିରୁ ରକ୍ଷା କରିବେ । ସେହିପରି ଭଗବାନଙ୍କ ଉପରେ ଆମର ପୂର୍ଣ୍ଣ ବିଶ୍ୱାସ ରହିବା ଦରକାର । ଥରେ ଜଣେ ଦରିଦ୍ର ଭିକାରୀ ରାସ୍ତାରେ କୃଷକ ନାମ ଗାନ କରି ରାସ୍ତାରେ ଭିକ୍ଷା ମାଗୁଥାଏ । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଭୋଜନ କରୁଥାନ୍ତି । ଭକ୍ତ ମୁଖରୁ ନିଜ ନାମ ଶୁଣି ଭୋଜନରୁ ଉଠି କିଏ ଗାନ କରୁଛି ବୋଲି ଦ୍ୱାର ପାଖକୁ ଦେଖିବାକୁ ଗଲେ । କିଛି ସମୟ ପରେ ଦ୍ୱାର ମୁଖରୁ ଉଦାସ ଭାବରେ ଫେରିଆସି ପୁଣି ଭୋଜନ କଲେ । ଋକୁଣ୍ମୀ ପଚାରିଲେ- ପ୍ରଭୁ! ଭୋଜନ ଅଧାରୁ କୁଆଡେ ଗଲେ? ପୁଣି ଉଦାସ ବଦନରେ ଫେରି ଆସି ପୁଣି ଭୋଜନ କଲେ । ଶ୍ରୀକୃଷ୍ଣ କହିଲେ- ମୋର ଏକ ଦରିଦ୍ର ଭକ୍ତ ଛିଣ୍ଡା ବସ୍ତ୍ର ପରିଧାନ କରି ଭିକ୍ଷା ମାଗୁଥିଲା । ଛିଣ୍ଡା ବସ୍ତ୍ର ଦ୍ୱାରା ସ୍ଥାନେ ସ୍ଥାନେ ତାର ଗୁପ୍ତ ଅଙ୍ଗସବୁ ଦେଖା ଯାଉଥିଲା । ଲୋକମାନେ ପାଗଳ ଭାବି ଥଟ୍ଟା ପରିହାସ କଲେ । କିଏ କିଏ ମଧ୍ୟ ଟେକା ପଥର ପକାଇଲେ । ତଥାପି ସେ ମୋର ନାମ କିର୍ତ୍ତନ କରୁଥାଏ । ତାର ମୁଣ୍ଡର ରକ୍ତ ବାହାରୁ ଥାଏ । ତାର ଅସହାୟତା ଦେଖି ମୁଁ ବିଚଳିତ ହୋଇଗଲି । ତାକୁ ଏଥିରୁ ସାହାର୍ଯ୍ୟ କରିବା ପାଇଁ ଇଛା କଲି! ଋକୁଣ୍ମୀ ପଚାରିଲେ- ପ୍ରଭୁ! ତାହାହଲେ ଫେରି ଆସିଲେ କାହିଁକି ? ମୁଁ ସାହାଯ୍ୟ କରିବାକୁ ଭାବିଲା ବେଳକୁ ସେ ଲୋକ ମାନଙ୍କୁ ପ୍ରତିବାଦ କରି ପଥର ମାରୁଛି । ମୁଁ ସେଠାରେ ଦେଖିଲି- ମୋର ଆବଶ୍ୟକତା ନାହିଁ । ସ୍ୱୟଂକୁ ସାମର୍ଥ୍ୟ ସେ ଅନୁଭବ କଲା । ଭଗବାନଙ୍କ ଠାରେ ଅତୁଟ ବିଶ୍ୱାସ ଓ ଧୈର୍ଯ୍ୟ ରଖି ପାରିଲା ନାହିଁ ।

ମହାଭାରତରେ ଦୁଃଶାସନ ଦୌପଦୀର ଚିର ହରଣ କରୁଥାନ୍ତି । ଦ୍ରୌପଦୀ ବିବସ୍ତ୍ରnହେବା ପୂର୍ବରୁ ନିଜର ସମଗ୍ର ଶକ୍ତି ପ୍ରୟୋଗ କରୁଥାନ୍ତି ଯେପରି ଦୁଃଶାସନ ବିବସ୍ତ୍ର ନ କରି ପାରେ । ଶ୍ରୀକୃଷ୍ଣ ଏ ସବୁ ଦୃଶ୍ୟ ଦେଖୁଥାନ୍ତି କିନ୍ତୁ ଦୌପଦୀର ଅସହାୟତାରେ ସହଯୋଗ କରୁ ନଥାନ୍ତି । ଦୌପଦୀ ଯେତେବେଳେ ଭଗବାନଙ୍କୁ ପୂର୍ଣ୍ଣ ସମର୍ପିତ ହୋଇଗଲେ… “ନିରାଶ୍ରୟଂ ମା ଜଗଦୀଶ ରକ୍ଷ’…. ଭଗବାନ ଭକ୍ତକୁ କୋଟି ବସ୍ତ୍ରପ୍ରଦାନ କଲେ । ତେଣୁ ଆମେ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଭଗବାନଙ୍କ ସତ୍ତାକୁ ଭୁଲି ଯିବା ଉଚିତ୍ ନୁହେଁ । ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସବୁ କ୍ଷେତ୍ରରେ ସଫଳତା ପାଇ ପାରିବା ।

Leave A Reply

Your email address will not be published.