Latest Odisha News

BREAKING NEWS

ଉର୍ଦ୍ଦୁ ଏବଂ ମୁସଲିମ ବହୁଳ ଅଞ୍ଚଳ ସ୍କୁଲରେ ଏଣିକି ଶୁକ୍ରବାର ହେବ ସାପ୍ତାହିକ ଛୁଟି

ପାଟନା: ବିହାର ଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଯାହା ଶୀତଦିନଆ ରାଜନୀତିକୁ ଉଷୁମ କରିଦେଇଛି । ଏହି ନିଷ୍ପତ୍ତିକୁ ନେଇ ସରକାର ଉପରେ ବର୍ଷିଛନ୍ତି ବିରୋଧୀ । ସରକାର ଏପରି ଏକ ନିଷ୍ପତ୍ତି କାହିଁକି ନେଇଛନ୍ତି ଏବଂ ଏହା ପଛରେ କ’ଣ କାରଣ ରହିଛି ଏ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ । ଏପରି ନିଷ୍ପତ୍ତି ଦେଶରେ କୌଣସି ସ୍ଥାନରେ ହୋଇ ନ ଥିବାବେଳେ କାହିଁକି ସରକାର ନେଇଛନ୍ତି ବୋଲି ପ୍ରଶ୍ନ ଉଠିଛି । ବିଶେଷକରି ଏପରି ନିଷ୍ପତ୍ତିକୁ ନେଇ ନୀତିଶ କୁମାର ସରକାର ଉପରେ କ୍ଷୁବ୍ଧ ହୋଇଛି ବିଜେପି । ନୀତିଶ କୁମାର ବିହାରକୁ ଇସଲାମିକ ଷ୍ଟେଟ ଘୋଷଣା କରିବାର ନିଷ୍ପତ୍ତି ବି ନେଇ ପାରନ୍ତି ବୋଲି ସମାଲେଚନା କରି କହିଛନ୍ତି ।

ଏପରି ବଡ ନିଷ୍ପତ୍ତି ନିଆଯାଇଛି ସରକାରୀ ଛୁଟି ଘୋଷଣାକୁ ନେଇ । ବିହାର ସରକାର ଉର୍ଦ୍ଦୁ ସ୍କୁଲକୁ ଜୁମା ଦିନ ଅର୍ଥାତ ଶୁକ୍ରବାରକୁ ସାପ୍ତାହିକ ଛୁଟି ଘୋଷଣା କରିଛନ୍ତି । ବିହାର ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠି ଶୁକ୍ରବାର ସ୍କୁଲ ଛୁଟି କରାଯିବ । ଏହି ନିର୍ଦ୍ଦେଶ କେବଳ ଉର୍ଦ୍ଦୁ ସ୍କୁଲ ପାଇଁ ଲାଗୁ ହେବନି । ଯେଉଁ ଇଲାକା ମୁସଲିମ ବହୁଳ ହୋଇଥିବ ସେଠାରେ ଶୁକ୍ରବାର ସ୍କୁଲର ସାପ୍ତାହିକ ଅବକାଶ କରାଯିବ ।

ଏହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଅଧିସୂଚନା ମଧ୍ୟ ଜାରି କରାଯାଇ ସାରିଲାଣି । ତେବେ ଏହି ନିର୍ଦ୍ଦେଶରେ କୁହାଯାଇଛି, ଏଥିପାଇଁ ସଂପୃକ୍ତ ଜିଲ୍ଲାର ଡିଏମଙ୍କ ଅନୁମତି ନେବା ଦରକାର । ଯଦି ଡିଏମ ଅନୁମତି ଦେବେ ତେବେ ସ୍କୁଲ ରବିବାର ବଦଳରେ ଶୁକ୍ରବାର ସାପ୍ତାହିକ ଛୁଟ କରାଯିବ।

ଇତି ମଧ୍ୟରେ ସରକାର ୨୦୨୪ ଶିକ୍ଷାବର୍ଷର ଛୁଟି ତାଲିକା ପ୍ରକାଶ କରିସାରିଲେଣି । ଏଥିରେ ମଧ୍ୟ ସରକାର ଇଦ ଏବଂ ବକରିଦର ଛୁଟି ମଧ୍ୟ ବଢାଇ ଦେଇଛନ୍ତି । ସେହିପରି ମହରମରେ ୨ ଦିନ, ଶବ-ଏ-ବାରାତ, ଚେହଲ୍ଲୁମ, ହଜରତ ମୋହମ୍ମଦ ସାହବ ଜୟନ୍ତୀକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି, ଜନ୍ମାଷ୍ମମୀ, ରାମନବମୀ, ମହାଶିବରାତ୍ରି, ରାଖି, ତିଜ ଆଦି ପର୍ବର ଛୁଟିକୁ କାଟି ଦେଇଛନ୍ତି । ଏହାକୁ ନେଇ ବିଜେପି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.