Latest Odisha News

BREAKING NEWS

ଫିଟ୍ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଅଦା ହାଲୁଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତି

ଆଜି ଆମେ ଆପଣଙ୍କୁ ଏକ ଏପରି ଖାଦ୍ୟ ପଦାର୍ଥ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଏହି ଶୀତ ଦିନରେ ଘରେ ବନାଇ ମଜାର ସହକାରେ ଖାଇପାରିବେ । ଅଦାରେ ତିଆରି ଏହି ଖାଦ୍ୟ ଆପଣଙ୍କୁ ସ୍ଵାଦିଷ୍ଟ ଲାଗିବା ସହ ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ହିତକର ମଧ୍ୟ ହୋଇଥାଏ ।

ଭୁବନେଶ୍ଵର: ଆସିଛି ଶୀତ ଋତୁ । ଶୀତ ସହ ଥଣ୍ଡା, ଜ୍ଵର ଓ କାଶ ଭଳି ରୋଗର ଆଶଙ୍କ ମଧ୍ୟ ବଢିବାରେ ଲାଗିଛି । ଏହି ଶୀତ ଋତୁରେ ହେଉଥିବା ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକମାନେ ଅନେକ ପ୍ରକାର ଉପଚାର କରିଥାନ୍ତି । ବିଭିନ୍ନ ପ୍ରକାର ଔଷଧ ସହ ଅନେକ ଗରମା ଗରମ ଖାଦ୍ୟ ମଧ୍ୟ ଖାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏକ ଏପରି ଖାଦ୍ୟ ବିଷୟରେ କହିବୁ ଯାହାକୁ ଆପଣ ଏହି ଶୀତଋତୁରେ ପ୍ରସ୍ତୁତ କରି ଖାଇପାରିବେ । ଅଦାରେ ତିଆରି ଏହି ଖାଦ୍ୟ ଆପଣଙ୍କୁ ସ୍ଵାଦିଷ୍ଟ ଲାଗିବା ସହିତ ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ହିତକର ହେବ । ଯଦି ଆପଣ ଏହି ଶୀତରେ ନିଜକୁ ସମସ୍ତ ପ୍ରକାରର ରୋଗରୁ ରକ୍ଷା କରିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ଏହାକୁ ଖାଆନ୍ତୁ । ଅଦା ଓ ଗୁଡରେ ପ୍ରସ୍ତୁତ ଏହି ଖାଦ୍ୟକୁ ପିଲାମାନଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଖାଇପାରିବେ । ତେବେ ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାର ସହଜ ରେସିପି…

ଆବଶ୍ୟକୀୟ ସାମଗ୍ରୀ

  • ଅଦା – ୫୦୦ ଗ୍ରାମ
  • ଗୁଡ- ୧ କପ୍
  • ବାଦାମ- ୧/୨ କପ୍
  • କାଜୁ – ୨ କପ୍
  • କିସମିସ୍- ୨୦
  • ଘିଅ- ୨ ଚାମଚ
  • ଅଖରୋଟ- ୧/୪ କପ୍

ରେସିପି

  • ସର୍ବପ୍ରଥମେ, ଅଦାକୁ ଛାଣି ଦିଅନ୍ତୁ, ଏହାକୁ ଭଲଭାବେ କାଟି ଭଲଭାବରେ ଗ୍ରାଇଣ୍ଡିଙ୍ଗ କରି ଏକ ମୋଟା ପେଷ୍ଟ ପ୍ରସ୍ତୁତ କରନ୍ତୁ ।
  • ବର୍ତ୍ତମାନ ଗ୍ରାଇଣ୍ଡରରେ କାଜୁ, ଅଖରୋଟ ଓ ବାଦାମ ମିଶାଇ ବିନା ପାଣିରେ ଏକ ଶୁଖିଲା ଗୁଣ୍ଡ ପ୍ରସ୍ତୁ କରନ୍ତୁ ।
  • ବର୍ତ୍ତମାନ ଏକ ପ୍ୟାନ ନେଇ ସେଥିରେ ଘିଅ ପକାଇ ଗରମ କରନ୍ତୁ
  • ଯେତେବେଳେ ଘିଅ ଗରମ ହୋଇଯିବ, ସେଥିରେ ଅଦା ମିଶ୍ରଣ ମିଶାଇ ଭଲ ଭାବରେ ମିଶାନ୍ତୁ
  • ଏହି ମିଶ୍ରଣକୁ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଅଦାର ରଙ୍ଗ ବଦଳିବା ପର୍ଯ୍ୟନ୍ତ ଭଲ ଭାବରେ ଭାଜନ୍ତୁ
  • ବର୍ତ୍ତମାନ ଏଥିରେ ଗୁଡ ମିଶାଇ ଗୁଡ ଭଲଭାବରେ ତରଳି ଅଦାରେ ମିଶିବା ପର୍ଯ୍ୟନ୍ତ ଭାଜନ୍ତୁ
  • ଏହା ପରେ ଏଥିରେ କିସମିସ୍ ଏବଂ ଗ୍ରାଇଣ୍ଡିଙ୍ଗ ହୋଇଥିବା ଡ୍ରାଏ ଫ୍ରୁଟସ୍ କୁ ମିଶାଇ ହାଲୁଆ ବହଳିଆ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ
  • ବର୍ତ୍ତମାନ ହାଲୱା ପ୍ରସ୍ତୁତ । ଏକ ପ୍ଲେଟରେ ଏହାକୁ ବାହାର କରି ଉପରେ କିଛି ବାଦାମ ପକାଇ ଗରମାଗରମ ଖାଆନ୍ତୁ ।

 

Leave A Reply

Your email address will not be published.