Latest Odisha News

BREAKING NEWS

ଥାନା ବାବୁଙ୍କ ଟଙ୍କା ଗୋଦାମ : ଏଯାବତ୍ ଘର ଓ କ୍ବାର୍ଟର୍ସରୁ ମିଳିଲାଣି ୩୭ ଲକ୍ଷ ଟଙ୍କା

କଟକ : ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ପ୍ରଚୁର ଟଙ୍କା । କଟକ ବକ୍ସିବଜାର କ୍ବାର୍ଟର୍ସରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଛି । କାଲି ଆଇଆଇସିଙ୍କ ବୈପାରୀଗୁଡା ଘର ଓ ଅଫିସରୁ ପ୍ରାୟ ୭.୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏଯାବତ୍ ଆଇଆଇସିଙ୍କ ଘର ଓ କ୍ବାର୍ଟର୍ସରୁ ୩୭ ଲକ୍ଷ ଟଙ୍କା ମିଳିଲାଣି । ସୂଚନା ମୂତାବକ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ ଗତକାଲି ରିଲାଏନ୍ସ ନାମକ ଘରୋଇ ବସରେ କଟକସ୍ଥିତ ନିଜ ଘର କୁ ଆସିବାବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଥିଲା ।

ବସରେ ପଇସା ଧରି ଯାଉଥିବାବେଳେ ତାଙ୍କ ନିକଟରୁ ଦୁଇ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଏତେ ପଇସା ସେ କୁଆଡେ ନେଉଥିଲେ ? କାହିଁକି ନେଉଥିଲେ ? ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଗତକାଲି ରାତିରେ ଭିଜିଲାନ୍ସ ଅଧିକାରୀମାନେ ସୁଶାନ୍ତଙ୍କ ଅଫିସ୍ ଚାମ୍ବର ଓ ସରକାରୀ ବାସଭବନରେ ଚଢ଼ାଉ କରିଥିଲେ। କାଲି ଆଇଆଇସିଙ୍କ ବୈପାରୀଗୁଡା ଘର ଓ ଅଫିସରୁ ପ୍ରାୟ ୭.୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଆଜି ଭିଜିଲାନ୍ସ ପକ୍ଷରୁ ଆଇଆଇସିଙ୍କ ପୈତୃକ ଘରେ ଚଢ଼ାଉ କରାଯାଇଛି ।

Leave A Reply

Your email address will not be published.