Latest Odisha News

BREAKING NEWS

ସାମ୍ନାକୁ ଆସିଲା ଫିଲ୍ମ ‘ହରି ହରା ବୀରା ମଲ୍ଲୁ’ର ନୂଆ ରିଲିଜ୍ ତାରିଖ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ସବୁଠାରୁ ପ୍ରତୀକ୍ଷିତ ଫଲ୍ମ ‘ହରି ହରା ବୀରା ମଲ୍ଲୁ’ ଖୁବ୍ ଶୀଘ୍ର ପରଦାକୁ ଆସିବାକୁ ପ୍ରସ୍ତୁତ । ଏକ ମହାକାବ୍ୟିକ ସ୍ତରରେ ନିର୍ମିତ, ‘ହରି ହରା ବୀରା ମଲ୍ଲୁ’ ଏବେ ଏହାର ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଛି ଏବଂ ପୋଷ୍ଟ-ପ୍ରଡକ୍ସନ ପୁରା ଜୋରସୋରରେ ଆଗେଇ ଚାଲିଛି ।

‘ହରି ହରା ବୀରା ମଲ୍ଲୁ’ର ଦୁଇଟି ଗୀତ ପୂର୍ବରୁ ରିଲିଜ୍ ହୋଇସାରିଛି ଯାହା ପ୍ରଶଂସକମାନଙ୍କୁ ଫିଲ୍ମ ପାଇଁ ଉତ୍ସାହିତ କରିଛି । ନିର୍ମାତା ଏବେ ଫିଲ୍ମର ଟ୍ରେଲର ଏବଂ ସବୁଠାରୁ ପ୍ରତୀକ୍ଷିତ ତୃତୀୟ ସିଙ୍ଗଲ୍ ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଫିଲ୍ମର ପ୍ରଡକ୍ସନ ହାଉସ୍ ଖ୍ରୀଷ୍ଟମାସରେ ଫିଲ୍ମର ପୋଷ୍ଟର ରିଲିଜ୍ କରି ରିଲିଜ୍ ତାରିଖ ନିଶ୍ଚିତ କରିଛି ।

‘ହରି ହରା ବୀରା ମଲ୍ଲୁ’ ପୂର୍ବରୁ ମେ ୩୦ରେ ସିନେମା ହଲକୁ ଆସିବାର ଥିଲା, କିନ୍ତୁ କୋଭିଡ-୧୯ ମହାମାରୀ ଏବଂ ପବନ କଲ୍ୟାଣଙ୍କ ରାଜନୈତିକ ପ୍ରତିବଦ୍ଧତା ଯୋଗୁଁ ଫିଲ୍ମକୁ ସ୍ଥଗିତ ରଖିବାକୁ ପଡିଲା । କିନ୍ତୁ ଏବେ ଫିଲ୍ମଟି ୧୨ ଜୁନ୍ ୨୦୨୫ରେ ପରଦାକୁ ଆସିବାକୁ ପ୍ରସ୍ତୁତ ।

ରିପୋର୍ଟ ଅନୁଯାୟୀ, ନିର୍ମାତାମାନେ ଫିଲ୍ମର କ୍ଲାଇମାକ୍ସ ଫାଇଟ୍ ସିକ୍ୱେନ୍ସ ପାଇଁ ବହୁତ ଖର୍ଚ୍ଚ କରିଛନ୍ତି । ଏହା ଇରାକରେ ଛଅ ସପ୍ତାହ ଧରି ସୁଟିଂ କରାଯାଇଥିଲା । ପୱନ କଲ୍ୟାଣଙ୍କ ଅଭିନୀତ ‘ହରି ହାରା ବୀରା ମଲ୍ଲୁ’ ପୂର୍ବରୁ କୃଷ୍ଣ ଜଗରଲାମୁଦି ନିର୍ଦ୍ଦେଶନା ଦେଇଥିଲେ । କିନ୍ତୁ ପରେ ଏଏମ୍ ଜ୍ୟୋତି କୃଷ୍ଣ ନିର୍ଦ୍ଦେଶନା ଦାୟିତ୍ୱ ନେଇଥିଲେ । ଏହି ଫିଲ୍ମଟି ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲାୟଲମ ଭାଷାରେ ଥିଏଟରରେ ମୁକ୍ତିଲାଭ କରିବ ।

‘ହରି ହାରା ବୀରା ମଲ୍ଲୁ’ ହେଉଛି ମୋଗଲ ସାମ୍ରାଜ୍ୟ ଉପରେ ଆଧାରିତ ଏକ ଫିଲ୍ମ ଯେଉଁଥିରେ ବୀରା ମଲ୍ଲୁ ନାମକ ଜଣେ ଡକାୟତଙ୍କ କାହାଣୀ ପ୍ରଦର୍ଶିତ ହେବ । ପାୱାରଷ୍ଟାର ପବନ କଲ୍ୟାଣ ବୀରା ମଲ୍ଲୁ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମରେ ବବି ଦେଓଲ ମଧ୍ୟ ଅଛନ୍ତି, ଯିଏ ଖଳନାୟକ ଔରଙ୍ଗଜେବଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଏହା ସହିତ, ନିଧି ଅଗ୍ରୱାଲଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବରେ ଦେଖିବାକୁ ମିଳିବ । ସତ୍ୟରାଜ, ଜିତୁ ସେନଗୁପ୍ତ ଏବଂ ଅନୁପମ ଖେର ମଧ୍ୟ ଫିଲ୍ମରେ ନଜର ଆସିବେ ।

 

Comments are closed.