Latest Odisha News

BREAKING NEWS

୫୫ ନଂ ଜାତୀୟ ରାଜପଥ ସାମ୍ପ୍ରସାରଣ ସମ୍ପୂର୍ଣ୍ଣ ଦାବିରେ ରାଜପଥ ଅବରୋଧ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓ ଅନୁଗୋଳ ଜିଲ୍ଲାର ଦେଇ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଦାବିରେ ବିଜେଡି କର୍ମୀଙ୍କ ପକ୍ଷରୁ ଚକା ବନ୍ଦ କରାଯାଇଛି । ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବରିଷ୍ଠ ନେତୃ ବୃନ୍ଦମାନେ ଏକାଠି ହୋଇ ୫୫ ନମ୍ବର ଜାତୀୟ ରାଜପଥକୁ ଶାନ୍ତିପୂର୍ଣ ଭାବେ ଅବରୋଧ କରିଥିଲେ ।

ଠିକାଦାରଙ୍କ ମନମାନି ସହ କେନ୍ଦ୍ର ସରକାରଙ୍କ ଶିଥିଳ ମନୋଭାବ କାରଣରୁ କଟକ ଜିଲ୍ଲାର ମଙ୍ଗୁଳି ଠାରୁ ନେଇ ସମ୍ବଲପୁର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଛି । ଫଳରେ ଅନେକ ଧନ ଜୀବନ  ହାନି ହେଉଛି । ଆଜି ଦୁଇ ଜିଲ୍ଲାର ବୁଦ୍ଧିଜୀବୀ, ସମାଜସେବୀ  ଓ ସାମାଜିକ ଅନୁଷ୍ଠାନ ମାନଙ୍କ ପକ୍ଷରୁ ରେଳ ରୋକ, ରାଜରାସ୍ତା ଅବରୋଧ କରାଯାଇଛି ।

ଏନେଇ ଜାତୀୟ ରାଜପଥ ପ୍ରାଧୀକରଣ ଓ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟିକୁ  ଆକର୍ଷଣ କରାଯାଇଥିଲେ ବି ଫଳାଫଳ ମିଳୁନି । ସାମାନ୍ୟ ମରାମତି କାମ କରି କାମ ବନ୍ଦ କରି ଠିକା ସଂସ୍ଥାମାନେ ପଳାଉଛନ୍ତି । ୫ ବର୍ଷ ବିତିଥିଲେ ବି ରାଜରାସ୍ତା କାମ ସରୁନି । ଆଜି ଆରଡିସିଙ୍କ ଗାଡିକୁ ଅଟକାଇ ଲୋକେ ଫେରାଇ ଦେଇଥିଲେ । ରାସ୍ତାକାମ ଶିଘ୍ର ନସରିଲେ ରେଳରୋକ ହେବ ବୋଲି ନେତୃବୃନ୍ଦ ଧମକ ଦେଇଛନ୍ତି । ରାଜରାସ୍ତାର ବିଭିନ୍ନ ସ୍ଥାନରେ ପଡ଼ିଥିବା ପାଣି ବୋତଲ, ଜରି ଓ ଅଳିଆକୁ ସଫା କରିଥିଲେ ।

Leave A Reply

Your email address will not be published.