Latest Odisha News

BREAKING NEWS

ସତୀଶ ଧାଓ୍ୱନ ଲଞ୍ଚପ୍ୟାଡରୁ ପିଏସଏଲଭି-ସି୫୪ ରକେଟ୍ ସଫଳ ଉତକ୍ଷେପଣ

ଚେନ୍ନାଇ: ଶ୍ରୀହରିକୋଟା ସତୀଶ ଧାଓ୍ୱନ ଲଞ୍ଚପ୍ୟାଡରୁ ପିଏସଏଲଭି-ସି୫୪ ରକେଟ୍ ସଫଳ ଉତକ୍ଷେପଣ । ୯ ସାଟେଲାଇଟ୍ ନେଇ ମହାକାଶକୁ ଗଲା ରକେଟ୍। ଓସିଏନ୍-୩ ସହ ୮ଟି ନାନୋ ସାଟେଲାଇଟକୁ ମିଶାଇ ୧୧୧୭କେଜି ଓଜନ ବହନ କରିଛି ପିଏସଏଲଭି-ସି୫୪। ଏସବୁଗୁଡିକ ଆର୍ଥ ଅବଜରଭେସନ୍ ସାଟେଲାଇଟ୍ ।

ନାନୋ ସାଟେଲାଇଟ୍ ମଧ୍ୟରୁ ଗୋଟିଏ ଭୁଟାନର ବୋଲି ସୂଚନା ରହିଛି । ଇସ୍ରୋ ଅଧିକାରୀଙ୍କ ସୂଚନା ମୁତାବକ ଇଓଏସ୍-୦୬ (ଓସିଏନସାଟ୍-୩) ସହ ଭୁଟାନସାଟ୍, ପିକ୍ସେଲର ଆନନ୍ଦ, ଧ୍ରୁବ ସ୍ପେସରୁ ୨ଟି ଥାଇବୋଲ୍ଟ ଓ ଆମେରିକାରୁ ୪ଟି ଆଷ୍ଟ୍ରୋକାଷ୍ଟ ସାଟେଲାଇଟ୍ସ କୁ ଧରି ପିଏସଏଲଭି-ସି୫୪ ମହାକାଶକୁ ଉତକ୍ଷେପଣ କରିଛି ।

ପିଏସଏଲଭି-ସି୫୪ ରକେଟର ଲମ୍ୱ ୪୪.୪ ମିଟର । ଏହାର ୩୨୧ ଟନ୍ ଓଜନ ବହନ କରିବାର ଦକ୍ଷତା ରହିଛ । ପିଏସଏଲଭି-ଏକ୍ସଏଲ୍ ଭର୍ସନର ୨୪ତମ ରକେଟ୍ ହେଉଛି ପିଏସଏଲଭି-ସି୫୪ । ଉତକ୍ଷେପଣର ୨୦ ମିନିଟ ଭିତରେ ୭୪୨ କିଲୋମିଟର ଅତିକ୍ରମ କରିବ । ପ୍ରଥମ ସାଟେଲାଇଟକୁ ସେଠାରେ ଛାଡିବା ପରେ ୫୧୬ କିଲୋମିଟର ଅଲ୍ଟିଚ୍ୟୁଡ୍ କୁ ପୁନଶ୍ଚ ଖସି ପ୍ରଥମ ପାସେଞ୍ଜର ସାଟେଲାଇଟକୁ ଖଲାସ କରିବ । ସେହିପରି ଭିନ୍ନ ଭିନ୍ନ ଅରବିଟରେ ସାଟେଲାଇଟ୍ ଗୁଡିକୁ  ଅବତରଣ କରାଇବ ପିଏସଏଲଭି-ସି୫୪ ରକେଟ୍ ।

Leave A Reply

Your email address will not be published.