Latest Odisha News

BREAKING NEWS

ବରଗଡ଼ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼ : ଧନୁଯାତ୍ରାକୁ ନେଇ ଚଳଚଞ୍ଚଳ ବରଗଡ଼ ସହର  । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି  । ତେବେ ଆସନ୍ତା ଡିସେମ୍ବର ୨୭ ତାରିଖରୁ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ହେବ ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଆଉ ଅଳ୍ପ ଦିନ ପରେ ବରଗଡ ପାଲଟି ଯିବ ମଥୁରା ନଗରୀ  l  ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ହେବ ଧନୁଯାତ୍ରା l

ତେବେ ବରଗଡ ସହର ସ୍ଥିତ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବିଶାଳ ଶୋଭାଯାତ୍ରାରେ ବାହାରି ପୁରୁଣା ହାଟପଦାରେ ପହଞ୍ଚି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ବରଗଡ ଜିଲ୍ଲାପାଳ ମନୀଷା ବେନେର୍ଜି  ଓ ଏସପି ଏସ.ପରମାର ସ୍ମିତ ପୁରୁଷୋତ୍ତମ ଦାଶ  ଓ ଧନୁଯାତ୍ରା ମହୋତ୍ସବ କମିଟିର ସଦସ୍ୟ ସମେତ ବରଗଡ଼ର ଜନସାଧାରଣ ପ୍ରମୂଖ ସାମିଲ ରହିଥିଲେ ।

Leave A Reply

Your email address will not be published.