Latest Odisha News

BREAKING NEWS

ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହକୁ ରାସ୍ତାରେ ଘୋଷାଡ଼ି ନେଲା ପୋଲିସ, ଲୋକେ ଫିଙ୍ଗିଲେ ପଥର

କୋଲକାତା: ଦଳିତ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ପରେ ହିଂସା ସୃଷ୍ଟି ହୋଇଛି । ନାବାଳିକାଙ୍କ ମୃତଦେହ ନେବାକୁ ଆସିଥିବା ବେଳେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ । ଲୋକେ ପୋଲିସ ଉପରକୁ ଢେଲା, ପଥର ଫିଙ୍ଗିଛନ୍ତି ।

ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗର ଦିନାଜପୁରରେ । ହିଂସା ଓ ଭିଡ଼ ନିୟନ୍ତ୍ରଣ ଲାଗି ରାପିଡ୍ ଆକ୍ସନ୍ ଫୋର୍ସ ଯବାନଙ୍କୁ ମୁତୟନ କରାଯାଇଛି । ପୋଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଛି । ପୋଲିସ ପୀଡ଼ିତାଙ୍କ ମୃତଦେହ ଘୋଷାଡ଼ି ନେବା ଘଟଣା ଶୁକ୍ରବାର ଘଟିଥିବା ବେଳେ ଏ ସମ୍ପର୍କିତ ଭିଡିଓ ଶନିବାର ଭାଇରାଲ୍ ହୋଇଥିଲା ।

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲବୀୟ ଏହି ଘଟଣାର ଭିଡିଓ ସେୟାର୍ କରିଥିଲେ । ତେବେ ପୋଲିସର କହିବା କଥା ନାବାଳିକା ଜଣଙ୍କ ନିଖୋଜ ଥିଲେ । ଝିଅ ନିଖୋଜ ନେଇ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇ ନଥିଲା । ପରେ ନାବାଳିକାଙ୍କ ମୃତଦେହ କାଳିଆଗଞ୍ଜ ଅଞ୍ଚଳରୁ ପାଣିରେ ଭାସମାନ ଅବସ୍ଥାରେ ମିଳିଥିଲା ।

ପୋଲିସ ଯେତେବେଳେ ନାବାଳିକାଙ୍କ ମୃତଦେହ ନେବାକୁ ଯାଇଥିଲା ତ ଲୋକେ ପଥରମାଡ଼ ଆରମ୍ଭ କରି ଦେଲେ । ପୋଲିସ ଅନୁସାରେ, ଖାଦ୍ୟ ବିଷକ୍ରିୟାରୁ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼଼ୁଛି । ମାମଲାରେ ପୋଲିସ ଜଣେ ୨୦ ବର୍ଷର ଯୁବକଙ୍କୁ ଗିରଫ କରିଛି ।

Leave A Reply

Your email address will not be published.