ଜୟପୁର: ଜୟପୁର ମେଟ୍ରୋ ଗୁରୁବାର ଦିନ କହିଛି ଯେ ଲୋକମାନେ ବର୍ତ୍ତମାନ ଜନ୍ମଦିନ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ମେଟ୍ରୋ କୋଚ୍ ଭଡାରେ ନେଇପାରିବେ। ତେବେ ଅତିରିକ୍ତ ରାଜସ୍ୱ ଆଦାୟ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।
ଜୟପୁର ମେଟ୍ରୋ ମଧ୍ୟ ପୂର୍ବରୁ ଛୋଟ ବିଜ୍ଞାପନର ସୁଟିଂ ପାଇଁ ଭଡାରେ ନିଆଯାଇଥିଲା।
ଗୁରୁବାର ଦିନ ପ୍ରକାଶିତ ଏକ ସରକାରୀ ବିବୃତ୍ତି ଅନୁଯାୟୀ ଜୟପୁର ମେଟ୍ରୋ ଚାରି ଘଣ୍ଟା ପାଇଁ ଗୋଟିଏ କୋଚ୍ର ଭଡା ୫୦୦୦ ଟଙ୍କା ରଖାଯାଇଛି ଏବଂ ଅତିରିକ୍ତ ସମୟ ପାଇଁ ଘଣ୍ଟାକୁ ୧୦୦୦ ଟଙ୍କା ଆଦାୟ କରିବ। ସେହିଭଳି ଚାରୋଟି କୋଚ୍ ପାଇଁ ୨୦,୦୦୦ ଟଙ୍କା ରଖାଯାଇଛି।
ଏହା ମଧ୍ୟ ଦର୍ଶାଇଛି ଯେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ସହ ମିଳିତ ଭାବରେ ମେଟ୍ରୋ ଷ୍ଟେସନରେ ବ୍ୟାନର, ଷ୍ଟାଣ୍ଡ ଏବଂ କାନପି ମାଧ୍ୟମରେ ସ୍ୱଳ୍ପକାଳୀନ ବିଜ୍ଞାପନ ମଧ୍ୟ ବ୍ୟବସ୍ଥା କରାଯାଇଛି।