Latest Odisha News

BREAKING NEWS

ହକ୍ ପାଇଁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

କୋରାପୁଟ: କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ରଣସପୁର ପଞ୍ଚାୟତର ରାଣିଗଡ଼ ଓ ସରଗିପଦର ଗ୍ରାମର ଲୋକେ ନିଜର ହକ ବ୍ଲକ କାର୍ଯ୍ୟାଳୟ ରେ ତାଲା ପକାଇଛନ୍ତି । ଆଉ ବାହାରେ ବସି ଧାରଣା ଦେଇଛନ୍ତି । ଦାବି ପୂରଣ ପାଇଁ ଲିଖିତ ପ୍ରତିଶୃତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।
ବୋରିଗୁମ୍ମା ବ୍ଲକର ରାଣିଗଡ଼ ଏବଂ ସରଗି ପଦର ଗ୍ରାମବାସୀ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ । କିଛି ଗାଁ କୁ, ରାସ୍ତା, ଆଲୋକ, ପାନୀୟଜଳ, ସ୍କୁଲ, ଅଙ୍ଗନବାଡି ଓ ଡ଼ାକ୍ତରଖାନାଟିଏ ନାହିଁ । ଏହି ସମସ୍ୟାର ସମାଧାନ ପାଇଁ ପୂର୍ବରୁ ବାରମ୍ବାର ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି । ହେଲେ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ଗ୍ରାମବାସୀ ପୁଣି ବୁଧବାର ଧାରଣା ଦେଇଛନ୍ତି । ସମାଜସେବୀ ବି ହରୀ ରଓଙ୍କ ନେତୃତ୍ୱରେ ଦୁଇ ଖଣ୍ଡ ଗାଁର ଲୋକେ ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟ ଫାଟକରେ ତାଲା ପକାଇବା ସହ ଧାରଣା ଦେଇଥିଲେ ।

Leave A Reply

Your email address will not be published.