ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ଅଂଚଳରେ ଏକ ଉଡନ୍ତା ବେଲୁନ୍କୁ ଦେଖି ଲୋକେ ଛାନିଆ । ବେଲୁନ୍ରେ କିଛି ଯନ୍ତ୍ରାଂଶ, କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ଏହି ଯନ୍ତ୍ରାଂଶଟି କୁଆଡେ ଆସିଲା ସେନେଇ କିଛି ସ୍ପଷ୍ଟ ଜଣାପଡିନାହିଁ ।
ସୂଚନା ଅନୁସାରେ, ଆଜି ସକାଳେ ତେଲିପାଳ ଅଞ୍ଚଳରେ ଏହି ଉଡ଼ନ୍ତା ବେଲୁନ୍ ଆସି ଏକ ଗଛରେ ଲାଗି ରହିବା ସହ ତଳେ ପଡ଼ି ଯାଇଥିଲା। ବେଲୁନ୍ରେ କିଛି ଯନ୍ତ୍ରାଂଶ, କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଏ ନେଇ ପୋଲିସ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବରହମ୍ପୁର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏହି ବେଲୁନ୍ କେଉଁଠୁ ଆସିଲା। କେଉଁ ଉଦ୍ଦେଶ୍ୟରେ ଏଭଳି ଯନ୍ତ୍ରାଂଶ, କ୍ୟାମେରା ଖଞ୍ଜା ଯାଇ ବେଲୁନ୍ ଉଡାଯାଉଥିଲା, ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଯନ୍ତ୍ରାଂଶ ପଡିଥିବା ସ୍ଥାନରୁ ଚାନ୍ଦିପୁର ମାତ୍ର ୫୦ କିଲୋମିଟର ଦୂର ଥିବାରୁ ମିସାଇଲ ପରୀକ୍ଷା ସମୟରେ ହୁଏତ ସୁରକ୍ଷା ଦୃଷ୍ଟିରୁ କ୍ୟାମେରା ଆକାଶ ଛତା ଜରିଆରେ ଲଗାଯାଇ ଛଡା ଯାଇଥାଇପାରେ ବୋଲି ଅନୁମାନ କରାଯାଇଛି ।
Comments are closed.