Latest Odisha News

ମଦ ଦୋକାନ ଖୋଲିବାକୁ ବିରୋଧ

ଢେଙ୍କାନାଳ: ବାରମ୍ବାର ଅଭିଯୋଗ ସତ୍ୱେ ମଦ ଦୋକାନ ବନ୍ଦ ହେଉନାହିଁ  ।  ଢେଙ୍କାନାଳ ପୌରାଂଚଳର ୱାର୍ଡ ନଂ-୧୨ରେ ମଦ ଦୋକାନ ଖୋଲିବାକୁ ବିରୋଧ । ସ୍ଥାନୀୟ ବାସୀନ୍ଦା ବାରମ୍ବାର ନିବେଦନ କରିବା ସତ୍ୱେ ପୁନର୍ବାର ସେଠାରେ ମଦ ଦୋକାନ ଖୋଲିବାକୁ ଯାଉଛି । ପୂର୍ବରୁ ମଧ୍ୟ ମୀନାବଜାର ଓ ଜବାହରଚୌକ ଉଭୟ ବଜାର କମିଟି ସଦସ୍ୟଙ୍କ ତରଫରୁ ଏହି ବିଦେଶୀ ମଦ ଦୋକାନ ଖୋଲିବା ବିରୋଧରେ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିସାରିଛନ୍ତି ସ୍ଥାନୀୟ ବାସୀନ୍ଦା ।

ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରାନଗଲେ ଏହା ଆଗାମୀ ଦିନରେ ଉଭୟ ବଜାରର ବାସୀନ୍ଦା ଓ ଯାତାୟତ କରୁଥିବା ବିଭିନ୍ନ ବର୍ଗଙ୍କ ପାଇଁ ଘୋର ଅସୁବିଧା ଘଟିବ  । ତେଣୁ ଏହି ଅଭିଯୋଗକୁ ବିଚାର କରାନଗଲେ ବାଧ୍ୟ ହୋଇ ଆନ୍ଦୋଳନର ପନ୍ଥା ଗ୍ରହଣ କରାଯିବ ବୋଲି
ଅଂଚଳବାସୀଙ୍କ ପକ୍ଷରୁ ଅଞ୍ଚଳବାସୀଙ୍କ ପକ୍ଷରୁ କୁହାଯାଇଛି । ଏନେଇ ଜିଲ୍ଲାପାଳଙ୍କୁ ଭେଟି ଆଉ ଏକ ଦାବି ପତ୍ର ପ୍ରଦାନ କରାଯାଇଛି

Leave A Reply

Your email address will not be published.