Latest Odisha News

BREAKING NEWS

ବୋଧହୁଏ ମନ୍ତ୍ରୀଙ୍କୁ ASI ଗୋପାଳ ଦାସ ମାରିନି- ବିଜୟ ପଟ୍ଟନାୟକ

ଭୁବନେଶ୍ୱର:ମନ୍ତ୍ରୀ ନବ ଦାସଙ୍କୁ ASI  ଗୋପାଳ ଦାସ ବୋଧହୁଏ ହତ୍ୟା କରିନି । ଏହା ପଛରେ ଆଉ କାହାର ହାତ ଅଛି । ଜଣେ ଏଏସଆଇ ଏତେ ପାଖକୁ ଯାଇ ଗୁଳି କରିପାରିବନି । ଏକଥା କହିଛନ୍ତି କଂଗ୍ରେସରେ ସାମିଲ ହୋଇଥିବା ପୂ୍ର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ।

ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ନୂଆଦିଲ୍ଲୀରେ କଂଗ୍ରେସରେ ମିଶିବା ପରେ ଆଜି ଓଡ଼ିଶା ଫେରିଛନ୍ତି । ଏଠାରେ ଏକ ସାମ୍ବାଦିକ ସମ୍ମଳିନୀ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ନବଦାସଙ୍କୁ ଗୋପାଳ ମାରିନି । କିଏ ମାରିଛି କ୍ରାଇମବ୍ରାଞ୍ଚ ସେ ସତ୍ୟ ବାହାର କରିବା ଉଚିତ । ଯଦି କ୍ରାଇମବ୍ରାଞ୍ଚ ପାରୁନି, ମାମଲା ସିବିଆଇକୁ ଦେଇଦେବା ଉଚିତ  । ଏହା ପଛରେ ନିଶ୍ଚିତ କୌଣସି ଲୋକର ହାତ ଅଛି । ‘କାହାର ହାତ ନଥିଲେ, ଜଣେ ASI କଣ ମାରିଦେଇ ପାରିବ’ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏଥିସହିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଶାସନ ଉପରେ ବର୍ଷିଥିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ  । ସେ କହିଥିଲେ, ସାଧାରଣ ଲୋକଟିଏର କିଛି ଅସୁବିଧା ହେଲେ ସେ କାହାକୁ କହିବ ? ବିଧାୟକଙ୍କ ପାଖକୁ ଗଲେ, ସେ କହିବେ ଅଫିସରଙ୍କ ପାଖକୁ ଯାଅ । ଅଫିସରଙ୍କ ପାଖକୁ ଗଲେ ସେ କହିବେ ତୃତୀୟ ମହଲା ବୁଝୁଛି  । କିନ୍ତୁ ତୃତୀୟ ମହଲା ଅପହଞ୍ଚ ।  ସେଠିକୁ ସାମ୍ବାଦିକମାନଙ୍କୁ ବି ମନା  । ଏଭଳି ରୁଦ୍ଧଦ୍ବାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ ବୋଲି କହିଥିଲେ ବିଜୟ ପଟ୍ଟନାୟକ ।

ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ବିଜୟ ପଟ୍ଟନାୟକ କହିଥିଲେ, ଓଡ଼ିଶାରେ ଓଡ଼ିଆମାନେ ହିଁ ବେଶି ନିର୍ଯାତିତ ।   ଠିକାଦାରମାନଙ୍କୁ ଏଠାରେ କାମ ମିଳୁନି । ଛୋଟ ଛୋଟ ଠିକା କାମ ବି ବାହାର ଲୋକଙ୍କୁ ଦିଆଯାଉଛି । ସେ ଆହୁରି କହିଥିଲେ ଓଡ଼ିଶାରେ ନିଯୁକ୍ତିର ଘୋର ଅଭାବ। ବେରୋଜଗାରୀ ବଢୁଛି  । ଓଡ଼ିଶାରେ କାମ ନପାଇ ଓଡ଼ିଆମାନେ ଦାଦନ ଖଟିବାକୁ ଯାଉଛନ୍ତି  । କେତେ ଲୋକ ଦାଦନ ଯାଇଛନ୍ତି, ସରକାରଙ୍କ ପାଖରେ ତଥ୍ୟ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି 5T କୁ ସମାଲୋଚନା କରି ସେ କହିଥିଲେ, 5Tରେ ଯେଉଁ ସ୍ବଚ୍ଛତା କଥା କୁହାଯାଉଛି, ସତରେ ସେତିକି ସ୍ବଚ୍ଛତା ଅଛି କି ?  ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ସବୁ ଅମଲାଙ୍କ ଭିତରେ କ୍ଷୋଭ ରହିଛି । ସେ କହିଥିଲେ, 5T ଏକ ସ୍ଲୋଗାନ  । ସବୁ ବିଭାଗର ସଚିବ ଅଛନ୍ତି ।  ପୁଣି 5T କାହିଁକି ଆବଶ୍ୟକ ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.