Latest Odisha News

ଫିଲ୍ମ ଦେଖିବାକୁ ମାଲିକ ସହ କୁକୁର ଯାଉଛନ୍ତି ହଲ

ଚୀନ: ଅନେକଙ୍କର ବିଭିନ୍ନ ପ୍ରଜାତିର କୁକୁର ପାଳିବା ଖୁବ୍ ସଉକ ଥାଏ । କାରଣ ସବୁ ପ୍ରାଣୀଙ୍କଠାରୁ କୁକୁର ସବୁଠାରୁ ବେଶୀ ବିଶ୍ୱସ୍ଥ ବୋଲି ଲୋକଙ୍କ ଧାରଣା । ସେମାନେ ମଧ୍ୟ ମାଲିକଙ୍କ ପ୍ରତି ଭାବପ୍ରବଣ ହୋଇଥାନ୍ତି । ଏହାର ଅନେକ କାହାଣୀ ଆମେ ଫିଲ୍ମରେ ବି ଦେଖିଛନ୍ତି । ପଡୋଶୀ ଦେଶ ଚୀନ୍‌ରେ ଲୋକମାନେ ଏକ ସ୍ୱତନ୍ତ୍ର ଫିଲ୍ମ୍ର ଦେଖାଇବା ପାଇଁ ନିଜ କୁକୁରକୁ ନେଇ ଯାଉଛନ୍ତି ।

ଏହି ଫିଲ୍ମଟି ଜାପାନୀ ଚଳଚ୍ଚିତ୍ର । ଯାହାର ନାଁ ରହିଛି ହାଚିକୋ ମୋନୋଗାଟାରୀ । ଏହାକୁ ଚାଇନିଜ୍ ଭାଷାରେ ରୁପାନ୍ତରିତ କରାଯାଇଛି । ଏହି ଫିଲ୍ମଟି କୁକୁର ଓ ମାଲିକ ଭିତରେ ଥିବା ସମ୍ପର୍କକୁ ନେଇ ନିର୍ମିତ ହୋଇଛି । ତେଣୁ ଲୋକମାନେ ଏହାକୁ ଦେଖାଇବା ପାଇଁ କୁକୁରମାନଙ୍କୁ ହଲ ନେଇ ଯାଉଛନ୍ତି, ଯାହାଦ୍ୱାରା ସେମାନେ କିଛି ଦେଖି ଶିଖିପାରିବେ । ଚୀନ୍‌ର ସୋସିଆଲ ମିଡିଆ ସାଇଟରେ ଏହାର ଏକ ଭିଡ଼ିଓ ସେୟାର କରାଯାଇଛି । ଭିଡିଓରେ ଲୋକମାନେ ସେମାନଙ୍କର ପୋଷା କୁକୁରମାନଙ୍କୁ ନେଇ ସିନେମା ହଲକୁ ଯାଉଥିବାର ନଜର ଆସିଛନ୍ତି ।

ସାଧାରଣତଃ କେହି ଗୃହପାଳିତ ପଶୁକୁ ହଲକୁ ନେଇ ଯାଆନ୍ତି ନାହିଁ । କିନ୍ତୁ ଏଠାରେ ଏହା ଏକ ଭିନ୍ନ ଦୃଶ୍ୟ ଥିଲା । କୁକୁରମାନଙ୍କ ପାଇଁ ଏହା ଏକ ପ୍ରକାର ଶିକ୍ଷଣୀୟ ଘଟଣା ଥିଲା, ଯାହାଫଳରେ ସେମାନେ ଫିଲ୍ମ ଦେଖି କିଛି ଶିଖିପାରିବେ । ଏହି ଫିଲ୍ମ ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଜମୁଛି । ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ ଦେଖି ଅନେକ ଲୋକ ପରିହାସ କରିଛନ୍ତି । ଆଉ କିଛି ଲୋକ ପରିହାସ ଛଳରେ ମତ ରଖିଛନ୍ତି ଯେ, କୁକୁରମାନେ ଏହି ଫିଲ୍ମ ଦେଖି ଆସିବା ପରେ ଏହାକୁ ସମୀକ୍ଷା କରି ଲେଖିବେ ।
ଏହି ମୂଳ ଫିଲ୍ମଟି ଜାପାନୀ ଭାଷାରେ ନିର୍ମିତ । ଏହି ଫିଲ୍ମ୍ରଟି ଜଣେ ପ୍ରଫେସର ଏବଂ ତାଙ୍କ ପୋଷା କୁକୁର ମଧ୍ୟରେ ଥିବା ସମ୍ପର୍କକୁ ନେଇ ପ୍ରସ୍ତୁତ କରାଯାଇଥିଲା । ୨୦୦୯ ମସିହାରେ ଏହି କାହାଣୀର ଆମେରିକୀୟ ରିମେକ୍ ନିର୍ମିତ ହୋଇଥିଲା । ଏବେ ଚାଇନିଜ୍ ଭାଷାରେ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.