Latest Odisha News

BREAKING NEWS

ଫାଇଜର ଟିକା ୯୫ ପ୍ରତିଶତ ଫଳପ୍ରଦ

ଫାଇଜର କରୋନା ଟିକା ୯୫ ପ୍ରତିଶତ ଫଳପ୍ରଦ । ଟିକା ପରୀକ୍ଷଣର ଚୂଡାନ୍ତ ପର୍ଯ୍ୟାୟ ବିଶ୍ଲେଷଣରେ ୯୫ ପ୍ରତିଶତ ଫଳପ୍ରଦ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ରେଗୁଲୋଟୋରୀ ଆପ୍ରୁଭାଲ ପାଇଁ କିଛି ଦିନ ମଧ୍ୟରେ କମ୍ପାନୀ ପକ୍ଷରୁ ଆବେଦନ କରାଯିବ । ଫାଇଜର ଟିକା ବୟସ୍କଙ୍କ ପାଖରେ ସଂକ୍ରମଣ ରୋକିବାରେ ସକ୍ଷମ । ପ୍ରଥମ ଡୋଜ୍ ନେବାର ୨୮ ଦିନ ମଧ୍ୟରେ ୯୫ ପ୍ରତିଶତ ଫଳପ୍ରଦ ହେଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ରେକର୍ଡ ସମୟ ମଧ୍ୟରେ ଟିକା ବିକଶିତ କରାଯାଇଛି । ମହାମାରୀକୁ ମାରିବାରେ ଏହି ଟିକା ସକ୍ଷମ ଥିବା ଫାଇଜର ମୁଖ୍ୟ କାର୍ଯ୍ୟନିବର୍ବାହୀ ଅଧିକାରୀ କହିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ୫୦ ମିଲିୟନ୍ ଡୋଜ୍ ଉପଲବ୍ଧ ହୋଇପାରେ । ସେହିପରି ଆସନ୍ତାବର୍ଷ ଶେଷ ସୁଦ୍ଧା ୧.୩ ବିଲିୟନ୍ ପର୍ଯ୍ୟନ୍ତ ଉପଲବ୍ଧ କରିବାକୁ ଲକ୍ଷ ରଖିଛି କମ୍ପାନୀ ।

Leave A Reply

Your email address will not be published.