Latest Odisha News

ଯୁଗ ଯୁଗ ଜିୟୋର ଫାଷ୍ଟ ଲୁକ୍ ଜାରି

ମୁମ୍ବାଇ: ବରୁଣ ଧାୱନ ଓ କିଆରା ଆଡଭାନୀ ଅଭିନୀତ ଯୁଗ ଯୁଗ ଜିୟୋ ଫିଲ୍ମର ଫାଷ୍ଟ ଲୁକ୍ ବୁଧବାର ଜାରି କରାଯାଇଛି । ବରୁଣ ଓ କିଆରା ସୋସିଆଲ ସାଇଟରେ ଏହି ଫଟୋ ଶେୟାର କରିଛନ୍ତି । ଉଭୟଙ୍କ ଯୋଡିଙ୍କୁ ଦର୍ଶକଙ୍କ ଭଲ ରେସପନ୍ସ ମଧ୍ୟ ମିଳିଛି । କିଆରା ଲେଖିଛନ୍ତି ଯୁଗ ଯୁଗ ଜିୟୋ, ହ୍ୟାପି ହସବ୍ୟାଣ୍ଡ, ହ୍ୟାପି ଲାଇଭ । ଏହି ଫିଲ୍ମରେ ଅନୀଲ କାପୁର ଓ ନୀତୁ କାପୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

ସୋମବାର କରଣ ଜୋହର ଫିଲ୍ମ ସେଟରେ କ୍ଲ୍ୟାପ ବୋର୍ଡର ଫଟୋ ଶେୟାର କରିଥିଲେ । ଏଥିରେ ସେ ଲେଖିଥିଲେ ସୁଖ ଏବଂ ଶାନ୍ତିପୂର୍ଣ୍ଣ ଦୀର୍ଘାୟୁ ପାଇଁ ବଡଙ୍କ ଆଶୀର୍ବାଦ ଯୁଗ ଯୁଗ ଜିୟୋ ଆରମ୍ଭ ହୋଇଯାଇଛି । ଫିଲ୍ମର ନିର୍ଦ୍ଦେଶନା ଭାର ରାଜ ମେହେଟ୍ଟାଙ୍କ ଉପରେ ନ୍ୟସ୍ତ ରହିଚି । ୩ ଦଶକ ପରେ ଋଷି କାପୁରଙ୍କ ବିନା ନୀତୁ ବଡ ପରଦାରେ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.