Latest Odisha News

ଫେବ୍ରୁଆରୀ ୧୦ରୁ ଖୋଲିବ ପିଜି ଓ +୩ର ପ୍ରଥମ ବର୍ଷ କ୍ଲାସ୍‌, ୮ରୁ ଖୋଲିବ ହଷ୍ଟେଲ

ଭୁବନେଶ୍ୱର : ଫେବ୍ରୁଆରୀ ୧୦ରୁ ଖୋଲିବ ପିଜି ଓ +୩ର ପ୍ରଥମ ବର୍ଷ କ୍ଲାସ୍‌ । ୮ତାରିଖରୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ । ୟୁଜି କୋର୍ସର ତୃତୀୟ ସେମିଷ୍ଟର ଏବଂ ୪ବର୍ଷ ୟୁଜି କୋର୍ସର ପଞ୍ଚମ ସେମିଷ୍ଟର ପରୀକ୍ଷା ୧୯ ରୁ ୩୦ ଏପ୍ରିଲ ମଧ୍ୟରେ ହେବ। ସେହିପରି ୩୧ ମେ ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ୭ଜୁନରୁ ୧୯ ଜୁନ ପର୍ଯ୍ୟନ୍ତ ହେବ। ୨୦ ଜୁଲାଇ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ। 

ଦୀର୍ଘ ଦିନ ଧରି ବନ୍ଦ ରହିଥିବା କଲେଜ ପୁଣି ଖୋଲିବା ସହ ପାଠପଢା ଆରମ୍ଭ ହେବ । ଶ୍ରେଣୀଗୃହ ଓ ହଷ୍ଟେଲରେ କୋଭିଡ ନିୟମାବଳୀ ବଳବତ୍ତର ରହିବ । ଗାଇଡଲାଇନ ଅନୁଯାୟୀ ଆରମ୍ଭ ହେବ ପାଠପଢା । ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଏବଂ ପରୀକ୍ଷାଗାରରେ ୬ଫୁଟର ସାମାଜିକ ଦୂରତା ରଖାଯିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିପରି ହାତ ଧୋଇବା ଓ ସାନିଟାଇଜ ମଧ୍ୟ ବାଧ୍ୟତାମୂଳକ ରହିବ। 

Comments are closed.