Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୪

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମୁକ୍ତି ଦାତା ଶ୍ରୀ ଜଗନ୍ନାଥଙ୍କୁ ଅନ୍ତରଙ୍ଗ ଭକ୍ତଟିଏ ମୁକ୍ତି ଛଡା ଅନ୍ୟକିଛି ମାଗିପାରେନି । ମୁକ୍ତି ମାର୍ଗର ତିନୋଟି ପଥ ହେଲା ଜ୍ଞାନ, କର୍ମ ଓ ଭକ୍ତି, ଜ୍ଞାନ ଓ କର୍ମ ନିଷ୍ଠାପର ତଥା କଠୋର ସାଧନା ଆବଶ୍ୟକ କରିଥାଏ । କିନ୍ତୁ ଭକ୍ତି ପାଇଁ ଆବଶ୍ୟକ କେବଳ ଏକ ନିର୍ମଳ ମନ ଓ ବ୍ୟାକୁଳିତ ହୃଦୟ । ଅତ୍ୟନ୍ତ ଶ୍ରଦ୍ଧାର ସହ ପ୍ରଭୁଙ୍କ ଶରଣ ନେବାହିଁ ପୁର୍ଣ ଭକ୍ତି । ନାରଦମୁନିଙ୍କ ମତରେ “ତଦାର୍ପ୍ରିତା ଖିଲ ଚାରତା, ତଦ୍ଵିସ୍ମରଣେ ପରମ ବ୍ୟାକୁଳିତଅତି ”

ସତକଥା ଭଗବାନ (ଜଗନ୍ନାଥ )ଗୋଟିଏ ସମର୍ପିତ ଆତ୍ମା ପାଖରେ କେବେ ନିର୍ଗୁଣ ହୋଇ ରହିପାରନ୍ତିନି । ତାଙ୍କୁ ଭକ୍ତର ଅନ୍ତରଙ୍ଗ ହେବାପାଇଁ ନିଜକୁ ସାକାର ରୂପରେ ପ୍ରତିପାଦନ କରିବାକୁ ପଡେ । ଅବ୍ୟକ୍ତ, ଅନାମ,ଓ ଅନିତ୍ୟ ପ୍ରଭୁ ହୁଅନ୍ତି ବ୍ୟକ୍ତ, ସାକାର ଓ ନିତ୍ୟ । ଭାବସମୁଦ୍ରରେ ତେଣୁ ବଳରାମ ଦାସ ଗାଇଛନ୍ତି : “ନାଥ ତୋ ନିର୍ଗୁଣ ନାମ ଅଟଇ, ମୋହର ମନରୁ ଦଣ୍ଡେ ନଯାଇ “

ଖାଲି ସେତିକି ନୁହେଁ ସ୍ଥାବର, ଜଙ୍ଗମ, ସଜୀବ, ନିର୍ଜୀବ ସବୁ ଠାରେ ପ୍ରଭୁଙ୍କ ସତ୍ତା ଅନୁଭୂତ ହୁଏ । ଥରେ ଭକ୍ତି ମାର୍ଗରେ ପ୍ରଭୁଙ୍କର ଅନ୍ତରଙ୍ଗ ହୋଇଗଲେ ଜ୍ଞାନ ମାର୍ଗର କଠିନ ତତ୍ତ୍ୱ ମଧ୍ୟ ସରଳ ପ୍ରତିପାଦିତ ହୁଏ । ତେଣୁ ଶ୍ରୀମଦ ଭାଗବତ ଗୀତାରେ ଭଗବାନ କହୁଛନ୍ତି :

“ମଯେବ ମନ ଆଧାତସ୍ୱ ମୟୀ ବୁଧିମ ନିବେଶୟ
ନିବଶିଷ୍ୟସି ମଜ୍ୟେବ ଅତ ଊର୍ଧ୍ୱମ ନ ସଂଶୟ “

ଅର୍ଥାତ ତୁମେ ମୋଠାରେ ହିଁ ମନ ଲଗାଅ । ମୋଠାରେ ହିଁ ବୁଦ୍ଧି ଲଗାଅ । ତେବେ ତୁମେ ସହିତ ନିବାସ କରିପାରିବ (ମୁକ୍ତି ପାଇବ ) । ଏଥିରେ ସନ୍ଦେହ ନାହିଁ । ଆଉ ଚିନ୍ତା କଣ ପାଇଁ ଆସନ୍ତୁ ନିର୍ମଳ ମନରେ ଗାଇବା :

ସଜ ଫୁଲ ଟିଏ କରିଦିଅ ପ୍ରଭୁ
ତୁମ ପୂଜାଫୁଲ ସାଜିଥିବି
ସଞ୍ଜ ବତିଟିଏ କରିଦିଅ ପ୍ରଭୁ
ନିତି ତୁମ ପାଶେ ଜଳୁଥିବି
ଏତିକି କାମନା କରିବ ଭରଣା
ଆହେ ଜଗନ୍ନାଥ ଜଗତ ପତି ।

ଜୟ ଜଗନ୍ନାଥ

Leave A Reply

Your email address will not be published.