ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୫୮
ଜୟ ଜଗନ୍ନାଥ, ଓଁ, ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମହାତ୍ମ୍ୟ ଆଲୋଚନା ଜାରି ଥିବା ବେଳେ ପଞ୍ଚ ସଖାଙ୍କ ବ୍ୟତୀତ ସେହି ସମସlମୟିକ କିଛି କଵି ମଧ୍ୟ ଏହାକୁ (ନାମ ମାହାତ୍ମ୍ୟ )ଖୁବ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। କବି ସାଧୁ ଦାସଙ୍କ ଲିଖିତ” ସଂସାରସାର ଗୀତା”ରେ ସତ୍ୟଭାମାଙ୍କ ପ୍ରଶ୍ନ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉତ୍ତର ଛଳରେ ଏହା ବର୍ଣ୍ଣିତ।
“ଅପାର କାଳରୁ ନାମ ଜାତ ହୋଇଅଛି,
ନିରାକାର ଏକଥା ଜାଣନ୍ତି ନାହିଁ କିଛି।
ଏ ବଡ଼ ଗୁପତ କଥା ତୋତେ କହିଲଇଁ,
ନାମବ୍ରହ୍ମ ପୁଣ୍ୟରୁ ଜନମ ହୁଅଇ।
ପୁଣ୍ୟକାରି ଜନ ଠାରେ ନାମ ରହିଥାଏ,
ଯେଉଁଠାରେ ନାମ ଥାଏ ମୁହିଁ ତହିଁ ରହେ “(ସଂସାର ସାର ଗୀତା )।
ଉପରୋକ୍ତ ପଦ ଗୁଡିକରୁ ଜଣାଯାଏ, ଯେ ସର୍ବଦା ନାମ କୀର୍ତ୍ତନରେ ରତ, ସେ ପୁଣ୍ୟବାନ ଅଟନ୍ତି କିମ୍ବା ଯେ ପୁଣ୍ୟବାନ ସେହିଁ ନାମର ଅଧିକାରୀ। କାରଣ ନାମ କୀର୍ତ୍ତନକୁ ମନ୍ତ୍ର ଉଚ୍ଚାରଣ ସହ ସମାନ ସ୍ଥାନ ଦେଇଛନ୍ତି କବି ଅଚ୍ୟୁତାନନ୍ଦ ଦାସ।
“ଯେହୁ ନାମ ସେହୁ ମନ୍ତ୍ର ନୁହେଁ ଭିନ୍ନା ଭିନ୍ନ,
ନାମ ଜପ, ମନ୍ତ୍ର ଜପ ଉଭୟ ସମାନ।
ସର୍ବ ଶାସ୍ତ୍ର, ସର୍ବ ତୀର୍ଥ ହେଲା ନାମରୁ ଜନମ।”(ଛାୟାଳିଶ ପଟଳ )
କେବଳ ଏତିକି ନୁହେଁ ନାମର ମହିମା ବର୍ଣ୍ଣନା କରି ସାଧକ ଅଚ୍ୟୁତାନନ୍ଦ ପୁଣି ଲେଖିଲେ
“ଯମ ଯାତନା ଯାହାକୁ ବୋଲନ୍ତି ଜଗତେ,
ମହାଭୟେ ପ୍ରାଣୀ ଭୀତତ୍ରସ୍ତ ଅବିରତେ,
ସେକାଳ କରାଳ ରୁପ ଜଗତ ଅଥୟ,
ନାମକୁ ସେ ମହାକାଳ କରୁଥାଏ ଭୟ।”(ଛୟାଳିଶ ପଟଳ )
ଏହି ନାମର ମହାତ୍ମ୍ୟରେ ପୁଣି କବି ଅଚ୍ୟୁତାନନ୍ଦ ନିଜ ରଚିତ “ଅଣାକlର ସଂହିତା “ରେ ଖୁବ ସୁନ୍ଦର ବର୍ଣ୍ଣନା ଦେଲେ :
“ନାମକୁ ପାଇଲେ ରୁପ ଲୋଡ଼ା ନାହିଁ, ସର୍ବ ରୁପ ଯହିଁ ଠୁଳ ନାମକୁ ଚି଼ହ୍ନ୍ଛିଲେ ଧନ୍ଦା ଫିଟିଯିବ, ସବୁ ନାମର ଯେ ମୂଳ ।”
ଅର୍ଥାତ ଏଠାରେ ସାକାର ଓ ନିରାକାର ତତ୍ତ୍ୱକୁ ଏକାକାର କରି ଯେଉଁ ସତ୍ତାରେ ସେ ପରଂବ୍ରହ୍ମଙ୍କୁ ଦେଖିଛନ୍ତି ତାହା ହେଲା ନାମ ଯେପରି ମହାନାମ ମନ୍ତ୍ର “ହରେ କୃଷ୍ଣ, ହରେ ରାମ” ସେହିପରି ଶ୍ରୀମଦ ଭାଗବତ ଗୀତା ରେ ସ୍ୱୟଂ ପ୍ରଭୁ ଶ୍ରୀକୃଷ୍ଣ, ପରଂବ୍ରହ୍ମ ସ୍ୱରୂପକୁ ତିନୋଟି ମହାନାମ ରେ ଭୂଷିତ କରିଛନ୍ତି “ଓଁ ତତ ସତ “ଯଥା ଓଁ ତାତ୍ସଦିତି ନିର୍ଦେଶୋ ବ୍ରହ୍ମଣ ସ୍ତ୍ରିବିଧ ସ୍ମୃତଃ, ବ୍ରlହ୍ମଣlସ୍ତେନ ବେଦାଶ୍ଚ ଯଜ୍ଞାଶ୍ଚ ବିହିତଃl ପୂରା “(ଗୀତା ୧୭ /୨୩ )। ଅର୍ଥାତ ଓଁ ତତ ସତ ଏହି ତିନୋଟି ନାମରେ ଯେଉଁ ପରମାତ୍ମାଙ୍କୁ ସୂଚିତ କରାଯାଇଛି, ସେହି ପରମାତ୍ମା ଙ୍କ ଠାରୁ ସମସ୍ତ ବେଦ, ବ୍ରlହ୍ମଣ ଓ ଯଜ୍ଞ ସୃଷ୍ଟି ହୋଇଛନ୍ତି। ସେଥିପାଇଁ ପ୍ରତ୍ୟେକ ମଙ୍ଗଳ କାର୍ଯ୍ୟରେ ଓଁ,ତତ, ସତ ଉଚ୍ଚାରଣ ହୁଏ। ଆସନ୍ତୁ ଏବେ ଗାଇବା :
“ସବୁଠାରେ ନାମ ଥାଇ ନମିଶଇ, ରୂପରେ କରିଛି ବାସ,
ଅବ୍ୟୟ ଅନାଦି ଅବିନାଶୀ ବ୍ରହ୍ମ ସର୍ବରୂପରେ ପ୍ରକାଶ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )