Latest Odisha News

BREAKING NEWS

ଶ୍ରୀଲଙ୍କାକୁ ସାହାଯ୍ୟ କରିବ ତାମିଲନାଡୁ, କେନ୍ଦ୍ର ଦେଉନି ଅନୁମତି

ଚେନ୍ନାଇ: ସଂକଟ ଜର୍ଜରିତ ଶ୍ରୀଲଙ୍କା କୁ ସାହାଯ୍ୟ କରିବ ତାମିଲନାଡୁ । ସବୁ ପ୍ରସ୍ତୁତ ହୋଇ ଅଛି । କେବଳ ଭାରତ ସରକାର ଅନୁମତି ଦେଲେ ହେଲା । ଶୁକ୍ରବାର ତାମିଲନାଡୁ ସରକାର ଏ ସକାଶେ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ନିଜେ ଶୁକ୍ରବାର ବିଧାନସଭାରେ ପ୍ରସ୍ତାବ ଆଣିଥିଲେ । ଆଗତ ବକ୍ତବ୍ୟରେ ସେ କହିଥିଲେ ଯେ, ତାମିଲନାଡୁ ମାନବିକତା ଦୃଷ୍ଟିରୁ ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ ଚାହୁଁଛି । ତାଙ୍କର ଜରୁରୀ ପରିସ୍ଥିତ ଆସିବା ଦିନରୁ ତାମିଲନାଡୁ ସାହାଯ୍ୟ କରିବାକୁ ଚାହୁଁଛି ।

ହେଲେ ଏଥିପାଇଁ ଭାରତ ସରକାରଙ୍କ ଅନୁମତି ଦରକାର । ମାର୍ଚ୍ଚ ୩୧ରୁ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ବେଳେ ଷ୍ଟାଲିନ ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ । ଏବଂ ଅନୁମତି ପାଇଁ ଭାରତ ସରକାରଙ୍କ ନିକଟରେ ଆବେଦନ କରାଯାଇଥଲା । ହେଲେ ତାର କିଛି ଉତ୍ତର ମିଳିନାହିଁ ।

ସେଥିପାଇଁ ବିଧାନସଭାରେ ସଂକଳ୍ପ ଗୃହୀତ କରାଯାଉଛି । ଏହି ସଂକଳ୍ପକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ । ଅନୁମତି ମିଳିଲେ, ଖାଦ୍ୟ ସାମଗ୍ରୀ, ଔଷଧ, ପୋଷାକ ଏବଂ କୀଟନାଶକ ଯୋଗାଇବ ତାମିଲନାଡୁ ।

ଶ୍ରୀଲଙ୍କାରେ କେଉଁ ସରକାର ଚାଲିଛି ତାକୁ ସେ ସମାଲୋଚନା କରିବାକୁ ଚାହୁଁ ନାହାନ୍ତି । ଏବେ ସେଭଳି ସମୟ ନୁହେଁ ବୋଲି ଷ୍ଟାଲିନ କହିଛନ୍ତି । କେବଳ ଭାରତ ସରକାର ଅନୁମତି ଦେଲେ ସାହାଯ୍ୟ ଆରମ୍ଭ ହୋଇଯିବ ।

ସୂଚନାଯୋଗ୍ୟ, କୌଣସି ରାଜ୍ୟ ଅନ୍ୟ ଦେଶକୁ ସିଧା ସାହାଯ୍ୟ କରିପାରିବନି । କେନ୍ଦ୍ର ସରକାରଙ୍କ ଅନୁମତି ପରେ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ଜରିଆରେ ଶ୍ରୀଲଙ୍କାକୁ ସାହାଯ୍ୟ ପହଞ୍ଚିବ ।

Leave A Reply

Your email address will not be published.