Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ପଞ୍ଚଶକ୍ତି ମନ୍ଦିରରେ ପୂଜିତ ପରମ ବୈଷ୍ଣବୀ ମା ଭୁବନେଶ୍ୱରୀଙ୍କ ବିଷୟରେ ଅନେକ କିଛି ଆଲୋଚନା କରିସାରିଲେଣି। ଆଜି ଆଲୋଚନା କରିବା ତାଙ୍କର ବିଗ୍ରହ ପ୍ରତିଷ୍ଠା ନେଇ ଏକ କିମ୍ବଦନ୍ତୀ ; ଯାହା ଆଜି ବି ପ୍ରଚଳିତ । ଯଥା, ଥରେ ଜଣେ ବୃଦ୍ଧ ତଥା ଗରିବ ବ୍ରlହ୍ମଣ ମା ଭୁବନେଶ୍ୱରୀଙ୍କ କୃପା ଲାଭ କରିବା ପାଇଁ, ଖଣ୍ଡିଏ ବଡ଼ ପଥର ଉପରେ ବସି ଦୈନିକ ଜପ, ଧ୍ୟାନ ଓ ତର୍ପଣ ଆଦି କରୁଥିଲେ। ଅନେକ ଚେଷ୍ଟା ପରେ ମଧ୍ୟ ମା ଭୁବନେଶ୍ୱରୀ ସନ୍ତୁଷ୍ଟ ହେଲେନାହିଁ। ଶେଷରେ ଦିନେ ବୃଦ୍ଧ ଅତ୍ୟନ୍ତ କ୍ରୋଧ ଯୁକ୍ତ ହୋଇ ଜୀବନ ହାରିବାର ସଂକଳ୍ପ ନେଇ ଜପ ଓ ଧ୍ୟାନ ତର୍ପଣ ଆଦି କରିବାକୁ ଲାଗିଲେ। ବିଧିର ବିଧାନ ଅନୁସାରେ ସେହିଦିନ ହଁ ମା ତାଙ୍କ ସମ୍ମୁଖରେ ପ୍ରକଟ ହୋଇ ବର ଯାଚିଲେ। ଅତ୍ୟନ୍ତ କ୍ରୋଧରେ ଥିବାରୁ ହିତାହିତ ଜ୍ଞାନ ଶୂନ୍ୟ ହୋଇ ବୃଦ୍ଧ ହଠାତ କହିଲେ ମା ତୁମେ ଅତ୍ୟନ୍ତ ଡେରିରେ ପ୍ରକଟ ହୋଇଥିବାରୁ । ମୋର ଏହି ଧ୍ୟ୍ୟନ ପଥରକୁ ମୁଣ୍ଡରେ ମୁଣ୍ଡାଇ ମୋ ପଛେ ପଛେ ଆସ। ଭୁବନେଶ୍ୱରୀ ସଙ୍ଗେ ସଙ୍ଗେ ଅସ୍ତୁ କହି ପଥର ମୁଣ୍ଡାଇ ସେହି ବୃଦଙ୍କ ପଛେ ପଛେ ଚାଲିଲେ । ବୃଦ୍ଧ ଯେଉଁ ଯେଉଁ ଗୃହରେ ଅବସ୍ଥାନ କରୁଥିଲେ, ସେହି ଗୃହ କର୍ତ୍ତାଙ୍କୁ କିଛି ଦକ୍ଷିଣା ଦେଉଥିଲେ। ଶ୍ରୀକ୍ଷେତ୍ରରେ ଜଣେ ଗୃହ କର୍ତ୍ତା ମାଙ୍କୁ ଚିହିଁ ପାରି ତାଙ୍କୁ କଷ୍ଟରୁ ମୁକ୍ତି ଦେବା ପାଇଁ, ବୃଦ୍ଧଙ୍କୁ ସେହି ପଥରଟି ମାଗି ଦେଲେ। ବୃଦ୍ଧ ଜାଣିଲେ ଏଥର ମା ତାଙ୍କୁ ଛାଡି ଚାଲିଯିବେ। ତେଣୁ ସେ ଏହି ଶ୍ରୀକ୍ଷେତ୍ରରେ ବସବାସ କରିବାକୁ ନିଷ୍ପତି ନେଇ ମାଙ୍କୁ ମଧ୍ୟ ଅନୁରୋଧ କଲେ। ସେ ଗୃହ କର୍ତ୍ତା ମଧ୍ୟ ମା ଙ୍କୁ ଅନୁରୂପ ଅନୁରୋଧ କଲେ। ଏଥିରେ ପ୍ରିତ ହୋଇ ମା ଉକ୍ତ ପ୍ରସ୍ତରରେ ତାଙ୍କ ମୂର୍ତ୍ତି ନିର୍ମାଣ କରିବାକୁ କହି ସେଠାରୁ ଉଭାନ ହୋଇ ଗଲେ। କୁହାଯାଏ ସେହି ମୂର୍ତ୍ତି ପରବର୍ତୀ ସମୟରେ ଶ୍ରୀମନ୍ଦିର ରେ ପ୍ରତିଷ୍ଠା ପାଇଲେ । ମା ସୁଭଦ୍ରାଙ୍କ ଅଧରମାଳ ପ୍ରତିଦିନ ମା ଭୁବନେଶ୍ୱରୀଙ୍କୁ ଲାଗି ହୁଏ। ଦୈନିକ ନୀତି ହିସାବରେ ମଜଣା, ସ୍ନାନ, ବେଶ, ବଲ୍ଳଭ, ସକାଳ ଧୂପରେ ଖେଚୁଡ଼ି, ମଧ୍ୟlନ୍ନ ଓ ସନ୍ଧ୍ୟା ଧୂପରେ ପିଠା ସମର୍ପଣ ହୁଏ । ଅଶ୍ୱିନ ମାସରେ ଷୋଳ ଦିନ ଦୈନିକ ତିନି ଗଣ୍ଡା ମୁଆଁ ଓ ତିନି ଗଣ୍ଡା କୋରା ଭୋଗ କୋଠରୁ ମିଳେ । ଜଣେ ଶ୍ରୋତୀୟ ବ୍ରlହ୍ମଣଙ୍କ ଦ୍ୱାରା ଚଣ୍ଡୀ ପାଠ ହୁଏ। ସପ୍ତମୀରେ ସିଂହବାହିନୀ, ଅଷ୍ଟମୀ ରେ ନାରାୟଣୀ ଓ ନବମୀରେ ରାଜେଶ୍ୱରୀ ବେଶ ଧାରଣ କରନ୍ତି । ମୁଖ୍ୟତଃ ପ୍ରତିହାରୀ ଓ ଖୁଣ୍ଟିଆ ସେବକ ମାନେ ମା ଭୁବନେଶ୍ୱରୀଙ୍କ ସେବା କରନ୍ତି ଆସନ୍ତୁ । ଏହି ତ୍ରିନୟନା, ସ୍ମିତହାସି ଓ ବରଦା ହସ୍ତ ରେ ବିରାଜିତ ମାଙ୍କର ଆରାଧନା କରିବା ତାଙ୍କ ଧ୍ୟ୍ୟନ ମନ୍ତ୍ରରେ “ଉଦ୍ଧ୍ୟଦ୍ଧିନଦ୍ୟୁତିମିନ୍ଦୁକିରିଟାଂ
ଭୁଙ୍ଗକୁଚାଂ ନୟନତ୍ରୟଯୁକ୍ତାମ୍ସ୍ମେ ରମୁଖୀଂ ବରଦାକୁଶପlଶା ଅଭିତିକରାଂ ପ୍ରଭଜେ ଭୁବନେଶ୍ୱରୀମ୍
ଜୟ ମା ଭୁବନେଶ୍ୱରୀ ।

ଜୟ ଜଗନ୍ନାଥ

(ଦ. ତ୍ରି. ଉବାଚ )

Leave A Reply

Your email address will not be published.