Latest Odisha News

ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ: ୨ ଦିନ, ୩୪ ୱିକେଟ, ୫୦୪ ରନ

ସିଡନୀ: ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମାତ୍ର ୨ ଦିନରେ ଶେଷ ହୋଇଯାଇଛି । ୨ ଦିନ ମଧ୍ୟରେ ୫୦୪ ରନ ହୋଇଥିବା ବେଳେ ୩୪ ୱିକେଟର ପତନ ଘଟିଥିଲା । ବିଜୟ ସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪୮.୨ ଓଭରର ୧୫୨ ରନରେ ଅଲଆଉଟ ହୋଇ ଯାଇଥିଲା । କାଇଲ ବେରେନ୍ସ ୬୪ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଓ ନାଥାୟ ଲାୟନ ୩ଟି ଲେଖାଁଏ ୱିକେଟ ନେଇଥିଲେ । ଜବାବରେ ଅଷ୍ଟ୍ରେଲିଆ ୫୦.୩ ଓଭର ଖେଳି ୨୧୮ ରନ କରି ଆଲଆଉଟ ହୋଇଥିଲା । ଟ୍ରେଭିଡ ହେଡ ୯୨ ଓ ଷ୍ଟିଭ ସ୍ମିଥ ୩୬ ରନର ଇନିଂସ ଖେଳିଥିଲେ । କାଗିସୋ ରାବାଡା ୪ଟି ଓ ମାର୍କୋ ଜେନଶନ ୩ଟି ୱିକେଟ ହାସଲ କରିଥିଲେ ।

ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୩୭.୪ ଓଭର ଖେଳି ୯୯ ରନ କରି ସମସ୍ତ ୱିକେଟ ହରାଇଥିଲା । ଖାୟା ଜୋଣ୍ଡା ୩୬ ରନ କରିଥିବା ବେଳେ ପ୍ୟାଟ କମିନ୍ସ ଅଷ୍ଟ୍ରେଲିଆ ପକ୍ଷରୁ ୫ଟି ୱିକେଟ ନେଇଥିଲେ । ବିଜୟ ପାଇଁ ଅଷ୍ଟ୍ରେଲିଆକୁ ୩୪ ରନ ଆବଶ୍ୟକ ହେଉଥିଲା । ୮ ଓଭରରେ ୪ ୱିକେଟ ହରାଇ ସେମାନେ ଏହାକୁ ହାସଲ କରି ନେଇଥିଲେ । ରାବାଡା ୪ଟି ଯାକ ୱିକେଟ ନେଇଥିଲେ ।

Leave A Reply

Your email address will not be published.