Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଯେତିକି ବ୍ୟାପକ ଓ ମାର୍ମିକ, ସେହିପରି ସେହି ରୀତିନୀତିକୁ ପାଳନ କରୁଥିବା ଓ ପୀଢ଼ି ପରେ ପୀଢ଼ିଙ୍କୁ ସେହି ସେବା ବିଷୟରେ ଜ୍ଞାନ ପ୍ରଦାନ ପୂର୍ବକ ପୁନଃ ସେହି ସେବାରେ ନିଯୁକ୍ତ କରିବା ଠିକ ସେହିପରି ଅତ୍ୟନ୍ତ ହୃଦୟଛୁଆଁ । ଆମେ ପ୍ରାୟ ଏକଶତ କୋଡ଼ିଏ ପ୍ରକାରର ସେବକଙ୍କ ବିଷୟରେ ଆଲୋଚନା କରି ସାରିଛେ । ସେଥିରେ କିଛି ଏମିତି ସେଵା ରହିଛି ଯାହା କୌଣସି କାରଣରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । କିଛି ସେବା ବନ୍ଦ ହୋଇଥିଲା ପୁନଃ ପ୍ରଚଳିତ ହୋଇଛି । ସମ୍ପ୍ରତି ନିମ୍ନଲିଖିତ ସେଵା ଗୁଡିକ ଶ୍ରୀମନ୍ଦିରରେ ବିଭିନ୍ନ କାରଣରୁ ହେଉନାହିଁ । ଯଥା ପନିକିପଟା ସେବା, ଦଉଡିବଳା ସେବା ବୀଣାକାର ସେବା, ଗୀତଗୋବିନ୍ଦ ସେବା, ଭିତର ଗାଆଣୀ ସେବା, ସମ୍ପ୍ରଦାନିଯୋଗ, ମଦେଳି, ପତର ବିନ୍ଧା, ଶଙ୍ଖୁଆ, କଳା ବେଠିଆ, କୁମ୍ଭାର ବିଶୋଇ, ମାଳ ଚୁଳ ସେବା, ବlଣୁଆ, ମାପ ସାଇତା କରଣ, ଚର୍ଚ୍ଚା କରଣ ପ୍ରଭୃତି । ଏହି ପରିସଂଖ୍ୟାନଟି ଗତ ୨୦୦୫ ମସିହାରେ ହୋଇଥିବା ଶ୍ରୀମନ୍ଦିର ସେବାୟତଙ୍କ ସାମାଜିକ ଓ ଅର୍ଥନୈତିକ ଜନଗଣନା ଆଧାରରେ କୁହାଯାଇଛି । ଶ୍ରୀମନ୍ଦିରରେ ପ୍ରଚଳିତ ଅଧିକାର -ଅଭିଲେଖ (ସତ୍ୱଲିପି )ରେ ପ୍ରତ୍ୟେକ ସେବାର ବିସ୍ତୃତ ବିବରଣୀ ଉଲ୍ଲେଖ ହୋଇଛି । କିନ୍ତୁ ଏହି ସତ୍ୱଲିପିରେ ବର୍ଗୀକୃତ ହୋଇଥିବା କିଛି ସେଵା ଠିକ ଭାବରେ ବର୍ଗୀକୃତ ହୋଇନାହିଁ । ଯଥା ଅଣସର ସୁଧ ସୁଆର ସେବା, ଓ ସୁଧ ସୁଆର ସେବାକୁ ଗୋଟିଏ ବୋଲି ବିବେଚିତ କରାଯାଇଛି । ପ୍ରକୃତରେ କିନ୍ତୁ ଏହା ଦୁଇଟି ଭିନ୍ନ ଭିନ୍ନ ସେବା । କାରଣ ଅଣସର ସୁଧ ସୁଆରମାନେ ବର୍ଷକ ର କିଛି ନିର୍ଦ୍ଧିଷ୍ଟ ଦିନରେ ସେବା କରନ୍ତି । ଅଥଚ ସୁଧ ସୁଆର ସେବା ବର୍ଷ ତମାମ ଚାଲିଥାଏ । ଏମାନେ ଦଇତା ଗୋଷ୍ଠୀର ସେବକ ତେଣୁ ଦଇତାପତି ନିଯୋଗ ସହ ଜଡିତ । ଏମାନଙ୍କର ନିଜସ୍ୱ ନିଯୋଗ ମଧ୍ୟ ଆଜିଦିନରେ ଅଛି । ଆଗାମୀ ଅଧ୍ୟାୟମାନଙ୍କରେ ଏପରି କିଛି ବ୍ୟତିକ୍ରମ ବିଷୟରେ ଆଲୋଚନା କରିବା । ଏବେ କିଛି ଆରାଧନା ଓ ଭାଗବତ ପଠନ ।

ଏ ଜୀବ ବନ୍ଦୀ କର୍ମ ପାଶେ
ସାଧିବ ବନ୍ଧନ ଉଶ୍ୱlସେ ।
ଏ ରୂପେ ହୃଦୟ ନିର୍ବେଦେ
ଆତ୍ମାକୁ ଈଶ୍ୱର ଅଭେଦେ ।
ଦେଖଇ ଜ୍ଞାନ ଚକ୍ଷୁ ଦ୍ୱାରେ
ଦୁର୍ଲ୍ଲଭ ମନ୍ୟୁଷ ଶରୀରେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.