Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ପ୍ରସଙ୍ଗରେ ଆଜି ଆଲୋଚନା କରିବା “ଅବକାଶ “ନୀତି ବାବଦରେ। ଶ୍ରୀମନ୍ଦିର ସତ୍ୱଲିପି ପ୍ରକାରେ ପ୍ରତ୍ୟେକ ନୀତି ପାଇଁ ଏକ ସମୟ ସରଣୀ ପ୍ରସ୍ତୁତ ହୋଇଛି। ଯଥା : ଅବକାଶ ନୀତି ସକାଳ ୬ ଘଣ୍ଟା ଠାରୁ ୬-୩୦ ମିନିଟ ପର୍ଯ୍ୟନ୍ତ ରହିଛି।କିନ୍ତୁ ସାଧାରଣତଃ ଏହି ସମୟ ମଧ୍ୟରେ ଯଦି ପୂର୍ବ ନୀତି ବଢ଼ି ସାରିବା ପରେ ଆଉ ଗୋଟିଏ ନୀତି ଆରମ୍ଭ ହୁଏ। ତେଣୁ ପୂର୍ବରୁ ଦ୍ୱାରଫିଟା ଓ ମଙ୍ଗଳ ଆଳତି ପରେ ମଇଲମ ହୋଇ ସାରିବା ପରେ ଏହି ଅବକାଶ ନୀତି ଆରମ୍ଭ ହୋଇଥାଏ। ଏଠି ମଧ୍ଯ ଏହି ଅବକାଶ ଶବ୍ଦଟି ଭିନ୍ନ ମତ ପୋଷଣ କରିଥାଏ। ଏଠାରେ ଶ୍ରୀଜୀଉମାନଙ୍କ ଦନ୍ତ ମାର୍ଜନ, ଓ ସ୍ନାନକୁ ଅବକାଶ ନୀତି କୁହାଯାଏ। ଏହି ନୀତିରେ ଅତି ନିବିଡ଼ ଭୂମିକା ନେଉଥିବା ସେବକମାନେ ହେଲେ, ପୁଷ୍ପାଳକ, ସୁଆର, ବଡୁ, ପାଣିଆପଟ, ଖଟୁଳି ସେବକ, ଦର୍ପଣିଆ ଓ ମୁଖ ପଖାଳ ଘଟୁଆରୀ, ଅଁଳା ଘଟୁଆରୀ, ମୁଖ ପଖାଳ ପୁଷ୍ପାଳକ, ଭଣ୍ଡାର ମେକାପ, ମହାଭୋଇ, ଓ ମନ୍ଦିର ଜ୍ୟୋତିଷ ଇତ୍ୟାଦି ସେବକ ଏହି ଅବକାଶ ନୀତିଟି ମୂଖ୍ୟତଃ ରତନସିଂହାସନ ତଳେ ଅନୁଷ୍ଠିତ ହୋଇଥାଏ। ତିନୋଟି ଅବକାଶ ପୂଜାଠା, ରତ୍ନ ସିଂହାସନ ତଳେ କରାଯାଇଥାଏ। ଏହିଠାରେ ତିନି ଜଣ ପୁଷ୍ପାଳକ ବସି ମୁତୁରି ଦାନ୍ତକାଠିରେ ଦନ୍ତ ମାର୍ଜନ ଓ ଜିଭ ଛେଲlରେ ଜିଭ ସଫା କରିସାରିବା ପରର ଦୃଶ୍ୟ ଅତ୍ୟନ୍ତ ମନୋହର। ତିନୋଟି ଦର୍ପଣ ( ଧାତୁ ପଦାର୍ଥ )ଆଣି ଶ୍ରୀଜୀଉମାନଙ୍କ ସମୁଖ ଭାଗରେ ରଖାଯାଏ। ଏଥିରେ ଶ୍ରୀଜୀଉମାନଙ୍କ ପ୍ରତିବିମ୍ବକୁ ଦେଖି ତହିଁରେ କର୍ପୁର, ଦହି, ଅଁଳା ଓ ଚନ୍ଦନ ମିଶ୍ରିତ ହୋଇଥିବା ଜଳକୁ ଢାଳନ୍ତି। ଏହାକୁ ବିମ୍ବ ସ୍ନାନ କୁହାଯାଏ। ଏହି ସ୍ନାନ ନୀତି ସମୟରେ ମନ୍ଦିର ଜ୍ୟୋତିଷ ଓ ଖୁରି ନାୟକ ଠିଆ ହୋଇ ଦିଅଁମାନଙ୍କ ସେହି ଦିନର ନକ୍ଷତ୍ର ବିଚାର କରିଥାନ୍ତି ଓ ସର୍ବ ସାଧାରଣରେ ଶୁଣାଇଥାନ୍ତି। ଯଦି କୌଣସି ଠାକୁରଙ୍କ ଜନ୍ମଦିନ ପଡିଥାଏ। ତେବେ ସ୍ୱତନ୍ତ୍ର ଭାବେ ଉକ୍ତ ଦିନ ମଧ୍ୟାହ୍ନ ଧୂପ ପରେ ନକ୍ଷତ୍ର ବନ୍ଦାପନା ହୋଇଥାଏ। ଆଗାମୀ ଅଧ୍ୟାୟରେ ଆଲୋଚନା କରିବା ନୂତନ ନୀତି ସବୁ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।

ମୁହିଁ ଗୁଣ ଗୁଣୀ ମୁଁ ଜୀବ
ନିର୍ଗୁଣ ମୁହିଁ ସଦାଶିବ ।
ମୁଁ ଆତ୍ମା ସର୍ବ ଜୀବ ଦେହୀ
ମୋ ବିନୁ ସ୍ଥୁଳ ସୁକ୍ଷ୍ମ ନାହିଁ ।
କେ ମୋତେ ତ୍ରିଭୁବନେ ଜାଣେ
କେ ଅବା ସୁକ୍ଷ୍ମ ରେଣୁ ଗଣେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.