ପୁରୀ: ପିପିଲି ଉପନିର୍ବାଚନକୁ ମଝିରେ ରହିଲା ଆଉ ୬ ଦିନ । ତିନି ଦିନ ପରେ ପ୍ରଚାର ଥମିଯିବ । ସମୟ କମ୍ । ନେତା ଓ କର୍ମୀଙ୍କୁ ନାହିଁ ଫୁରସତ । ଆଜିଠୁ ହେଭିଓ୍ୱେଟ୍ କ୍ୟାମ୍ପେନ୍ । ବିଜେଡି ପ୍ରଚାର ମୈଦାନକୁ ଓହ୍ଲାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭୋଟ୍ ମାଗିବେ । ଅପରାହ୍ଣ ୪ଟାରୁ ପ୍ରଚାର କରିବେ ନବୀନ ।

ପିପିଲି ବ୍ଲକ୍ ଓ ଏନ୍ଏସି ସହ ଡେଲାଙ୍ଗ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଭର୍ଚୁଆଲ୍ ମିଟିଂ କରିବେ । ପିପିଲି ବ୍ଲକର ତିନିଟି ପଞ୍ଚାୟତ ଗୋବିନ୍ଦପୁର, ଦାଣ୍ଡମୁକୁନ୍ଦପୁର, ଯଶୁଆପୁରରେ ପ୍ରଚାର କରିବେ ନବୀନ । ସେହିପରି ଡେଲାଙ୍ଗ ବ୍ଲକ୍ର ରେଞ୍ଚ, କୋଠବାଡ଼ ଓ ସିଂବରହମ୍ପୁର ପଞ୍ଚାୟତର ଭୋଟରଙ୍କୁ ରୁଦ୍ରଙ୍କ ପାଇଁ ସମର୍ଥନ ମାଗିବେ ବିଜେଡି ସୁପ୍ରିମୋ ।

ସେପଟେ କାଲିଠୁ ପିପିଲିରେ ବିଜେପି ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଉତ୍ତରାଛକ ନିକଟ ସିଫାଠାରୁ ଦଳୀୟ ରାଲିରେ ବାହାରି ପିପିଲି ବାଇପାସ୍ ଛକ ହୋଇ ପିପିଲି ବଜାର, ଡେଲାଙ୍ଗ ବଜାର, ହରିରାଜପୁର ଆଦି ସ୍ଥାନରେ ନିର୍ବାଚନୀ ପ୍ରଚାର କରିବେ । କେନ୍ଦ୍ର ସରକାରଙ୍କ ଜନହିତକର କାର୍ୟ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ମନ୍ତ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଆଧାର କରି ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ୍ ମାଗିବେ ଧର୍ମେନ୍ଦ୍ର ।

ସେପଟେ କଂଗ୍ରେସ ବି ପ୍ରଚାର ଅଭିଯାନକୁ ସରଗରମ କରିଛି । ତେବେ ଦଳୀ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ହୋଇଥିବାରୁ ସେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ତାଙ୍କ ପାଇଁ ରୋଡ୍ ସୋ, ଡୋର ଟୁ ଡୋର୍ କ୍ୟାମ୍ପେନରେ ଭୋଟ୍ ମାଗୁଛନ୍ତି ଦଳର ବରିଷ୍ଠ ନେତା । ଦିନ ସରି ଆସୁଥିବା ବେଳେ ପିପିଲିରେ ଘମାସାନ ପ୍ରଚାର ଚାଲିଛି । ଖରାତରାକୁ ଖାତିର ନକରି ଭୋଟରଙ୍କ ମନ ଜିଣିବାକୁ ସମସ୍ତେ ଦମ୍ ଲଗାଇ ଦେଇଛନ୍ତି । ପିପିଲିରେ ଡେରା ପକାଇଛନ୍ତି ମାଳ ମାଳ ନେତା ଓ ମନ୍ତ୍ରୀ ।
BREAKING NEWS
- Jharsuguda–Bhubaneswar Flights: ଝାରସୁଗୁଡ଼ାରୁ ଭୁବନେଶ୍ୱର-ହାଇଦ୍ରାବାଦକୁ ବିମାନ ସେବା ଏହି ତାରିଖ ଯାଏଁ ବନ୍ଦ…ଜାଣନ୍ତୁ କାରଣ
- ଦ୍ୱିତୀୟ ବନ୍ୟାରେ ବେହାଲ ବଡ଼ଚଣା;ପାନୀୟ ଜଳ ପାଇଁ ହାହାକାର,ରନ୍ଧା ଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ
- MMDR ବିଲକୁ ବିରୋଧୀଙ୍କ ବିରୋଧ: ଜବାବ ରଖିଲେ ଖଣିମନ୍ତ୍ରୀ
- ୟୁ.ଏସ୍. ଓପନ୍: ୪୬ ବର୍ଷୀୟା ଭେନସଙ୍କୁ ୱାଇଲ୍ଡ କାର୍ଡ; ସେରେନାଙ୍କ ପାଇଁ ଗୋଟିଏ ସ୍ଥାନ ସଂରକ୍ଷିତ !
- Dowry-free Odisha:’ଯୌତୁକ ମୁକ୍ତ ଓଡ଼ିଶା ଏବଂ ଘରୋଇ ହିଂସାମୁକ୍ତ ଘର ଗଠନ ସରକାରଙ୍କ ଲକ୍ଷ୍ୟ’
- ମାଷ୍ଟରକ୍ୟାଣ୍ଟିନ୍ ଛକରେ ଲଙ୍କାକାଣ୍ଡ: ୪୦୦ରୁ ଅଧିକ ଅଟୋର ପରମିଟ୍ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ
- ପୁରୁଷ ହକି ୱାର୍ଲ୍ଡ କପ୍ ୨୦୨୬: ପାକିସ୍ତାନକୁ ୫-୩ ଗୋଲ୍ରେ ହରାଇ ଟପ-୮ ରେ ଭାରତ
- ବନ୍ୟା ଆଶଙ୍କା: ବାଲେଶ୍ୱରରେ ବଢ଼ିବ ଜଳସ୍ତର, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ
- ଦାରା ସିଂହଙ୍କ ଆଗୁଆ ଖଲାସ ଆବେଦନ: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ
- ରାଜଧାନୀରେ ଓଲା-ଉବେର ଡ୍ରାଇଭରଙ୍କ ଆନ୍ଦୋଳନ ଉଗ୍ର: ୧୪ ‘ଆମ ବସ୍’ ଭଙ୍ଗାରୁଜା, ୫୦ ଗିରଫ

Comments are closed.