Latest Odisha News

BREAKING NEWS

ପିପିଲି ଉପନିର୍ବାଚନ : ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ ହୋଇଛି । ନିର୍ବାଚନ କମିଶନଙ୍କ ଅନୁଯାୟୀ ପିପିଲି ଉପନିର୍ବାଚନ ପାଇଁ ୮୦ ବୟସରୁ ଉର୍ଦ୍ଧ୍ବ  ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ତହସିଲଦାର ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ,ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କର, ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର ପୋଲିଂ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପୋଲିଂ ଅଧିକାରୀ ମାନେ ସେମାନଙ୍କ ଘରକୁ ଯାଇ ମତଦାନ କରାଇବେ । ଡେଲାଙ୍ଗ ବ୍ଲକର ୭୧୨ ଓ ପିପିଲି ବ୍ଲକର ୩୫୬ ମୋଟ ୧୦୭୭ ଜଣ ମତଦାନ ସାବ୍ୟସ୍ତ କରିବେ ବୋଲି ଜଣାପଡ଼ିଛି । ଡେଲାଙ୍ଗ ବ୍ଲକରେ ୮୦ ବର୍ଷରୁ ଉର୍ଦ୍ଧ୍ବ ୬୧୪ ଏବଂ ଦିବ୍ୟାଙ୍ଗ ୯୮ ଜଣ ଏବଂ ପିପିଲିର ୨୯୫ ଜଣ ବରିଷ୍ଠ ନାଗରିକ ଓ ୭୦ ଜଣ ଦିବ୍ୟାଙ୍ଗ ସାମିଲ ଅଛନ୍ତି । ପୂର୍ବରୁ ଏମାନଙ୍କ ମଧ୍ୟରୁ ଗତ ମେ ୩ ତାରିଖରେ ପୋଷ୍ଟାଲ ବାଲାଟ ମାଧ୍ୟମରେ ପିପିଲିର ୬୩ ଓ ଡେଲାଙ୍ଗର ୭୫ ଜଣଙ୍କ ମୋଟ ୧୩୮ ଜଣଙ୍କ ଠାରୁ ମତଦାନ ନିଆଯାଇ ସାରିଛି।

ଏଥିପାଇଁ ୭ ଟି ଗାଡି ବ୍ୟବସ୍ଥା ମଧ୍ୟ କରାଯାଇଛିା ପ୍ରତ୍ୟେକ ଟିମରେ ୨ ଜଣ ପୋଲିଂ ଅଧିକାରୀ ,ମାଇକ୍ରୋ ଅବଜରଭର ,ପୁଲିସ ଓ ଭିଡିଓ ଗ୍ରାଫରଙ୍କୁ ମିଶାଇ ୫ ଜଣ ସାମିଲ ରହିବେ। ବୁଥ୍ ସ୍ତରୀୟ ଅଧିକାରୀ ମାନେ ଏଥିନିମନ୍ତେ ସହେଯୋଗ କରିବେ।

Leave A Reply

Your email address will not be published.