Latest Odisha News

BREAKING NEWS

ଚୀନ ସେନା ପିନ୍ଧୁଛନ୍ତି ଆଇରନ ସୁଟ !

ଲଦାଖ: ପୂର୍ବ ଲଦାଖରେ ଭାରତୀୟ ସେନାର କଡା ଜବାବ ପରେ ଚୀନ ବାରମ୍ବାର ସୀମାରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରୁଛି । ଏଥିରେ ମୂଖ୍ୟ ଭୂମିକା ଗ୍ରହଣ କରୁଛି ଚୀନ ସରକାରର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ । ମିଛ ସତ ଲେଖି ଚୀନକୁ ଦୁନିଆ ଆଗରେ ବଳଶାଳୀ କରିବା ଏହାର ଲକ୍ଷ୍ୟ । ସଦ୍ୟ ରିପୋର୍ଟ ମୁତାବକ ସୀମାରେ ମୁତୟନ ସେନାଙ୍କୁ ଆଇରନ ମ୍ୟାନ ଏକ୍ସୋସ୍କେଲିଟନ ସୁଟ ପିନ୍ଧିବାକୁ ଦେଉଛି ।

ଏହା ଦ୍ୱାରା ଉଚ୍ଚ ସ୍ଥାନରେ ସୁରକ୍ଷା କାର୍ଯ୍ୟ କରିବା ସହ ଅଧିକ ଓଜନ ଉଠାଇବା ମଧ୍ୟ ସହଜ ହୋଇପାରିବ । ଉପରୁ ପଡିଗଲେ ମଧ୍ୟ ଆଘାତ ଲାଗିବାର ଆଶଙ୍କା ମଧ୍ୟ ରହିବ ନାହିଁ । ସୂଚନାଯୋଗ୍ୟ, ଗ୍ଲୋବାଲ ଟାଇମ୍ସ ବାରମ୍ବାର ଭାରତ ବିରୋଧରେ ଏହିଭଳି ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରିଥାଏ ଯାହାର ସତ୍ୟତା ରହି ନ ଥାଏ ।

Leave A Reply

Your email address will not be published.