Latest Odisha News

BREAKING NEWS

ପୟା ଶ୍ରାଦ୍ଧ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ବଡବଡୁଆ ଡାକିବାପାଇଁ ଶ୍ରୀମନ୍ଦିର ନିକଟରେ ସ୍ଥାନ ଚିହ୍ନଟ

ପୁରୀ: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ସବୁଆଡେ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଝିଲମିଲ ଆଲୋକରେ ଝଲସୁଛି ସାରା ଅଞ୍ଚଳ । ଦୀପାବଳି ଦିନ ପୟାଶ୍ରାଦ୍ଧ ପଡିଥାଏ । ଏଥିପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥାଏ । ଏହି ଅବସରରେ ସିଂହ ଦ୍ୱାରା ସମ୍ମୁଖରେ ପୟା ଶ୍ରାଦ୍ଧ କରିବାର ବିଧି ରହିଛି । ଏହି ଅବସରରେ କାଉଁରିଆ ଧରି ବଡ଼ବଡୁଆ ଡକାଯିବାର ପରମ୍ପରା ରହିଛି । ଯେଉଁଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ବଡବଡୁଆ ଡାକିବାପାଇଁ ଶ୍ରୀମନ୍ଦିର ନିକଟରେ ସ୍ଥାନ ଚିହ୍ନଟ କରାଯାଇଛି । ଶ୍ରଦ୍ଧାଳୁ ଯେଉଁଭଳି ଭାବେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ କାଉଁରିଆ ଜାଳିପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ତାସହିତ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଉପଜିଲ୍ଲାପାଳ । ପିତୃପୁରୁଷଙ୍କ ଶ୍ରାଦ୍ଧ ବଡବଡୁଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼଼ ବଢିବ ଯେଉଁଥି ପାଇଁ ପୋଲିସ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯିବା ନେଇ ଖବର ରହିଛି ।

 

 

 

 

 

Leave A Reply

Your email address will not be published.