Latest Odisha News

ପ୍ରହସନ ପାଲଟିଛି ହରିଶ୍ଚର୍ଯ୍ୟ ଯୋଜନା : ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ପ୍ରଶାସନ

ନୂଆପଡା: ଗରିବ ଲୋକଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ସରକାରୀ କର୍ମଚାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ବୈମାତୃକ ମନୋଭାବ ଯୋଗୁଁ ଏସବୁ ସୁଵିଧା ରୁ ବଞ୍ଚିତ ହେଉଛନ୍ତି ହଜାର ହଜାର ହିତାଧିକାରୀ । ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସରଧାପୁର ପଂଚାୟତ ରୁ ।

ଆର୍ଥିକ ଅବସ୍ଥା ଖରାପ ଥିବା ପରିବାରର କୌଣସି ବ୍ୟକ୍ତି ମୁତ୍ୟୁ ବରଣ କଲେ,  ହରିଶ୍ଚନ୍ଦ୍ର ଯୋଜନା ସହ ପରିବାର ମଙ୍ଗଳ ଯୋଜନା ରେ ସାମିଲ କରି ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାର ନିୟମ ରହିଛି । ଏମିତି କି ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଅନ୍ତେଷ୍ଟି କ୍ରିୟା ପାଇଁ ହରିଶ୍ଚନ୍ଦ୍ର ଯୋଜନା ରେ ତିନି ହଜାର ଟଙ୍କା ସହାୟତା କରିବା ର ମଧ୍ୟ ବ୍ୟବସ୍ଥା ରହିଛି । ହେଲେ ମୃତ୍ୟୁ ର ବର୍ଷ ବର୍ଷ ବିତି ଯାଇଥିଲେ ହେଁ ଏହି ସବୁ ଯୋଜନା ରୁ ବଂଚିତ ଅଞ୍ଚନ୍ତି ସରଧାପୁର ଗ୍ରାମବାସୀ  ।

କେବଳ ଗୋଟିଏ ଗାଁ ନୁହେଁ   ଢଙ୍କସର, ଅଂଚଳପୁର, ଗୋଡତୋଳା, ଚାନ୍ଦଗିରି ଗାଁ ର ଶତାଧିକ ହିତାଧିକାରୀଙ୍କର ବି ସମାନ ଅବସ୍ଥା ।  ଏ ନେଇ ଗ୍ରାମବାସୀମାନେ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପର୍ଯ୍ୟନ୍ତ  ସମସ୍ତଙ୍କୁ ଗୁହାରୀ କରିଛନ୍ତି । ହେଲେ ଫଳ ଶୂନ୍  । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସଠିକ ସମୟରେ ହରିଶ୍ଚନ୍ଦ୍ର ଯୋଜନା ସହ ପରିବାର କଲ୍ୟାଣ ସହାୟତା ହିତାଧିକାରୀ ଙ୍କୁ ଯୋଗାଇଦେବା ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.