Latest Odisha News

BREAKING NEWS

ଆଜିଠୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ୍

ଭୁବନେଶ୍ୱର: ‘ଗାନ୍ଧି ଜୟନ୍ତୀ’ ଅବସରରେ ସାରା ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟାଗର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି ।

ଏସମ୍ପର୍କରେ ଜଙ୍ଗଲ ଓ ପରିବେଶ ସଚିବ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଏହି ନୂଆ କଟକଣା ଅନୁସାରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍ ଦ୍ରବ୍ୟ ବିକ୍ରି, ବ୍ୟବସାୟ, ଉତ୍ପାଦନ କିମ୍ବା ଆମଦାନୀ କରିପାରିବେ ନାହିଁ ବା ସଂରକ୍ଷିତ ରଖିପାରିବେ ନାହିଁ। ଜିନିଷପତ୍ର ନେବା ଆଣିବା, ପରିବହନ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ହେବ ନାହିଁ।

ସେହିଭଳି ୨୦୦ ମିମିର ପ୍ଲାଷ୍ଟିକ ପାଣି ବୋତଲ ଉପରେ ମଧ୍ୟ ବ୍ୟାନ ଲାଗିବ । ଯଦି କେହି ପ୍ଲାଷ୍ଟିକ ପଲିଥିନ ବ୍ୟବହାର କରୁଥିବାର ନଜର ଆସନ୍ତି ତେବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ନେଇ ନିର୍ଦ୍ଦେଶ ଜାରି ହୋଇଛି । ମାତ୍ର ୫୦ ମାଇକ୍ରୋନରୁ ଅଧିକ ମୋଟେଇର ପଲିଥିନ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିବା ସୂଚନା ମିଳିଛି ।

ତେବେ ଦ୍ରବ୍ୟ ସଂରକ୍ଷଣ, ପରିବହନ, ପ୍ୟାକେଜିଂ ପାଇଁ ବ୍ୟବହୃତ ୫୦ ମାଇକ୍ରନଠୁ ଅଧିକ ମୋଟେଇ ଥିବା ପଲିଥିନ୍ ଓ କିମ୍ବା ବିକ୍ରି ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଓ ପାନୀୟ ରହୁଥିବା ପ୍ଲାଷ୍ଟିକ୍ ବ୍ୟବହାର କରିବା ଉପରେ କଟକଣା ରହିବ ନାହିଁ। ଅକ୍ଟୋବର ୨ରୁ ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ଭଳି ମହାନଗର ନିଗମ ସମେତ ପର‌୍ୟ୍ୟଟନ ସହର ପୁରୀରେ ମଧ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରିବା ଲାଗି ଯାଉଛନ୍ତି।

Leave A Reply

Your email address will not be published.