Latest Odisha News

BREAKING NEWS

ବର୍ଷା ଯୋଗୁଁ କମିଛି ଖରାର ପ୍ରକୋପ, ୧୩ ଠାରୁ ପୁଣି ବଢ଼ିବ ତାତି

ଭୁବନେଶ୍ୱର: ରାଜ୍ୟରେ ଲଗାତାର ୩ ଦିନ ବର୍ଷା ଯୋଗୁଁ ପାଗ ଥଣ୍ଡା ରହିଛି। ଖରାର ପ୍ରକୋପ କମିଛି। ଏମିତି ପାଗ ଆଉ ତିନି ଚାରି ଦିନ ରହିପାରେ। ଆଜି ବଲାଙ୍ଗିର, ନୂଆପଡ଼ା ଓ ବିରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଥିବା ବେଳେ ରାଜ୍ୟର ଆଉ କିଛି ସ୍ଥାନରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ପାର ହୋଇଥିଲା। ସର୍ବାଧିକ ଗତ ଦୁଇଦିନ ହେବ ମାଲକାନଗିରିରେ ତାପମାତ୍ରା ଅଧିକ ରହିଛି।

ତେବେ ଆଞ୍ଚଳିକ ପାଣିପାଗ ଅନୁଯାୟୀ ଆସନ୍ତା ୧୩ ତାରିଖଠାରୁ ରାଜ୍ୟରେ ତାତି ବଢ଼ିପାରେ। ରାଜ୍ୟରେ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହିତ ପୁଣି ଦିନ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି।

ପାରାଦୀପରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ସର୍ବାଧିକ ୩୫.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୫.୨, ଗୋପାଳପୁରରେ ୩୪.୨, ବାଲେଶ୍ୱରରେ ୩୪.୨, ପୁରୀରେ ୩୨.୮, କେନ୍ଦୁଝରରେ ୩୨.୪, ଭୁବନେଶ୍ୱରରେ ୩୧, ରାଉରକେଲାରେ ୩୦.୨, ଝାରସୁଗୁଡ଼ାରେ ୨୭.୬, ସମ୍ବଲପୁରରେ ୨୫.୮ ଓ ହୀରାକୁଦରେ ୨୫.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା।

Leave A Reply

Your email address will not be published.