Latest Odisha News

BREAKING NEWS

ଜଗନ ମୋହନ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଦୁଇ ଜଣ ଓକିଲ । ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ ଦର୍ଶାଯାଇଛି ଯେ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ୍ ଭି ରମଣଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି କିଛି ଦିନ ତଳେ ଆଣିଥିବା ଅଭିଯୋଗ ସମ୍ପୁର୍ଣ୍ଣ ଭିତ୍ତିହୀନ । ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଥିବା କାରଣରୁ ତାଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ କୁହାଯାଇଛି ।

ସୂଚନାଯୋଗ୍ୟ ଗତ ୧୨ ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ୍ ଭି ରମଣଙ୍କ ବିରୋଧରେ ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନିକଟକୁ ଚିଠି ଲେଖିଥିଲେ । ଜଗନ ତାଙ୍କ ଚିଠିରେ ଅଭିଯୋଗ କରିଥିଲେ ଯେ ଆନ୍ଧ୍ରପ୍ରଦେଶ ସରକାରକୁ ଭାଙ୍ଗିବା ଲାଗି ଜଷ୍ଟିସ ରମଣ ଷଡଯନ୍ତ୍ର ଚଳାଇଛନ୍ତି । ଜଷ୍ଟିସ ରମଣଙ୍କ ଏପରି ଯୋଜନାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର କେତେକ ବିଚାରପତି ସମ୍ପୃକ୍ତ ଅଛନ୍ତି ବୋଲି ଜଗନ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.