Latest Odisha News

BREAKING NEWS

ବଢ଼ିଲା +୩ ନାମଲେଖା ଅବଧି, ୨୨ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ବଢ଼ିଲା ଯୁକ୍ତ ୩ ନାମଲେଖା ଅବଧି । ୧୭ ଯାଏଁ ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଜାରି ରହିବ । ରାଜ୍ୟରେ ଥିବା ଡିଗ୍ରୀ ଓ ସ୍ୱୟଂଶାସିତ କଲେଜଗୁଡ଼ିକରେ ଯୁକ୍ତ ତିନି କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ କୋର୍ସ ଓ ସଂସ୍କୃତର ଶାସ୍ତ୍ରୀ ପଢ଼ିବା ପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ବୃଦ୍ଧି କରାଯାଇଛି ।

ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ୧୬ ତାରିଖ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଅନଲାଇନରେ ଫି’ ଦାଖଲ କରିପାରିବେ । ସେହିପରି ୧୭ ତାରିଖ ଅପରାହ୍ଣ ୨ଟା ସୁଦ୍ଧା ପ୍ରଥମ ଚୟନରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ଡାଟା ଅନ୍‌ଲାଇନ୍‌ରେ ଅପଡେଟ୍‌ ହେବ । ସେହିଦିନ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍ଲାଇଡ୍‌ ଅପ୍‌ ଫର୍ମ ପୂରଣ କରି ଅନଲାଇନରେ ଆବେଦନ କରିପାରିବେ ।

ଅପରପକ୍ଷେ ୨୨ ତାରିଖ ଅପରାହ୍ଣ ୨ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ଯାହାର ନାମଲେଖା ୨୭ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୩ରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଅନଲାଇନରେ ୨୨ରୁ ୨୯ ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା ଫି’ ଦାଖଲ କରିହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.